କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ଭାଙ୍ଗିଛି ରୁଷିଆ, ଗରିବ ଦେଶରେ ଅନେକ ଲୋକଙ୍କର ହୋଇପାରେ ମୃତ୍ୟୁ: ଜାତିସଂଘ

ମସ୍କୋ,୨୨।୭: ରୁଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପ୍ରତ୍ୟାହାର କରିଛି। ରୁଷିଆ ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଏସିଆରେ ଅଧିକାଂଶ ଗରିବ ଦେଶ ୟୁକ୍ରେନରୁ ସେମାନଙ୍କର ଖାଦ୍ୟ ଶସ୍ୟ ଆମଦାନି କରନ୍ତି। ବର୍ତ୍ତମାନ ମିଳିତ ଜାତିସଂଘର ସହାୟତା ମୁଖ୍ୟ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଏହା ଶସ୍ୟର ମୂଲ୍ୟ ବୃଦ୍ଧି କରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଅନାହାରର କାରଣ ହୋଇପାରେ। ଏହାକୁ ନେଇ ଏକ ଖରାପ ପରିସ୍ଥିତି ଉପୁଜିପାରେ।

ସୋମବାର ରୁଷିଆ କହିଛି ଯେ, କୃଷ୍ଣ ସାଗର ଚୁକ୍ତିରୁ ଓହରିଯିବାର ଦୁଇଟି କାରଣ ଅଛି। ପ୍ରଥମତଃ, ନିଜସ୍ବ ଖାଦ୍ୟ ଏବଂ ସାର ରପ୍ତାନିରେ ଉନ୍ନତି ଆଣିବାକୁ ଦାବି ପୂରଣ ହୋଇପାରିନାହିଁ ଏବଂ ଦ୍ୱିତୀୟତଃ ୟୁକ୍ରେନର ଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ଗରିବ ଦେଶରେ ପହଞ୍ଚି ନାହିଁ।

Share