ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ, ଆମେରିକା ପଠାଇଲା ଯୁଦ୍ଧଜାହାଜ

ଓ୍ବାଶିଂଟନ,୪ା୮: ଇସ୍ରାଏଲ୍‌ ଆକ୍ରମଣରେ ଗାଜାର ଶାସକ ହମାସ୍‌ ମୁଖ୍ୟ ଇସ୍‌ମାଇଲ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି। ଇରାନ ଏବଂ ଏହାର ସହଯୋଗୀ ହମାସ୍‌ ଓ ହେଜବୋଲ୍ଲା ପକ୍ଷରୁ ଯୁଦ୍ଧ ଧମକ ଦିଆଯାଇଛି। ଇସ୍ରାଏଲ୍‌ ଏବଂ ଇରାନ ଯୁଦ୍ଧର ନିକଟତର ହେଉଥିବାବେଳେ ଆମେରିକା ସୈନ୍ୟବାହିନୀ ମଧ୍ୟପ୍ରାଚ୍ୟରେ ଅତିରିକ୍ତ ଯୁଦ୍ଧବିମାନ ଏବଂ ନୌସେନା ଯୁଦ୍ଧଜାହାଜ ମୁତୟନ କରିବାକୁ ଯାଉଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ମଧ୍ୟପ୍ରାଚ୍ୟ ଏବଂ ୟୁରୋପକୁ ଅତିରିକ୍ତ ଯୁଦ୍ଧଜାହାଜ ଏବଂ ଲଢ଼ୁଆ ବିମାନ ପଠାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଉକ୍ତ ଅଞ୍ଚଳରେ ଆମେରିକାର ପ୍ରତିରକ୍ଷା ସାମର୍ଥ୍ୟ ବଢ଼ାଇବା ସହ ଇସ୍ରାଏଲ୍‌ ସେନାକୁ ଅଧିକ ସହାୟତା ଯୋଗାଇଦେବା ନିମନ୍ତେ ଅଷ୍ଟିନ୍‌ ସେନାକୁ ନିର୍ଦ୍ଦେଶ ଦେଇଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

ଇରାନ ରାଜଧାନୀ ତେହରାନ୍‌ରେ ବୁଧବାର ହମାସ୍‌ ନେତା ଇସ୍‌ମାଇଲ ହାନିୟେଙ୍କୁ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ତେହରାନ ସମର୍ଥତ୍ତ ହେଜବୋଲ୍ଲା ସଂଗଠନର କମାଣ୍ଡର ଫୁଆଦ ଶୁକ୍‌ରଙ୍କୁ ଇସ୍ରାଏଲ୍‌ ହତ୍ୟା କରିଥିଲା। ଏହି ଆକ୍ରମଣରେ ଅନ୍ୟ ୫ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ତେଣୁ ଲେବାନନ୍‌ର ହେଜବୋଲ୍ଲା ଆତଙ୍କବାଦୀମାନେ ଇସ୍ରାଏଲ୍‌ରେ ପ୍ରବେଶ କରି ଆକ୍ରମଣ କରିବାକୁ ଇରାନ ଚାହୁଁଛି। ଅନ୍ୟପକ୍ଷରେ ଜେରୁଜେଲମ୍‌ କହିଛି, ହେଜବୋଲ୍ଲା ଗୋଷ୍ଠୀ ଇସ୍ରାଏଲ୍‌ ଅଧିକୃତ ଗୋଲାନ ହାଇଟ୍ସରେ ରକେଟ ମାଡ଼ କରିବାକୁ ୧୨ ଜଣ ପିଲାଙ୍କ ଜୀବନ ଯାଇଥିଲା। ଗାଜା ଉପରେ ଆକ୍ରମଣ ଆରମ୍ଭ ଦିନଠାରୁ ହେଜବୋଲ୍ଲା ଇସ୍ରାଏଲ୍‌କୁ ଟାର୍ଗେଟକରି ଆକ୍ରମଣ କରିଆସୁଛି। ତେହରାନ୍‌ରେ ହମାସ୍‌ ମୁଖ୍ୟ ହାନିୟେଙ୍କୁ ହତ୍ୟା ପାଇଁ ଇରାନର ରିଭଲ୍ୟୁଶନାରି ଗାର୍ଡ ଇସ୍ରାଏଲ୍‌କୁ ଦାୟୀ କରୁଥିବାବେଳେ ଜେରୁଜେଲମ୍‌ ପକ୍ଷରୁ ଏହା ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ୟେମେନ୍‌ର ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ମଧ୍ୟ ଇସ୍‌ମାଇଲଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସଂକଳ୍ପ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ ସେମାନେ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି। ଗତ ନଭେମ୍ବରରୁ ୟେମେନ୍‌ର ହୁଟି ବିଦ୍ରୋହୀମାନେ ଇସ୍ରାଏଲ୍‌ ଓ ଏହାର ସହଯୋଗୀ ଦେଶର ଜାହାଜଗୁଡ଼ିକୁ କ୍ରମାଗତ ଆକ୍ରମଣ ଜାରି ରଖିଛି। ଗତବର୍ଷ ଅକ୍ଟୋବରରୁ ଇସ୍ରାଏଲ୍‌ ଏବଂ ହେଜବୋଲ୍ଲା ମଧ୍ୟରେ ସଂଘର୍ଷ ଲାଗିରହିଥିବାବେଳେ ଏଥିରେ ଲେବାନନ୍‌ରୁ ଅନୂ୍ୟନ ୫୪୨ ଜଣଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରେ ୧୧୪ ଜଣ ସାଧାରଣ ନାଗରିକ ରହିଛନ୍ତି। ଉତ୍ତେଜନା ବଢ଼ୁଥିବାରୁ ଯେକୌଣସି ସମୟରେ ଯୁଦ୍ଧ ଲାଗିଯିବା ସମ୍ଭାବନା ରହିଛି। ଆଞ୍ଚଳିକ ଉତ୍ତେଜନା ହ୍ରାସ ପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ତା’ର ସାମରିକ ସାମର୍ଥ୍ୟ ବଢ଼ାଉଥିବା ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ୍‌ରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତୀୟମାନଙ୍କୁ ଲେବାନନ୍‌ ନ ଯିବା ପାଇଁ ବେରୁଟ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ମନ୍ତବ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟ ଶୁକ୍ରବାର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟ...

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ...

ଆମେରିକା ପାଇଁ ଏହି ଘୃଣ୍ୟ କାମ କରାଯାଇଛି: ଆତଙ୍କବାଦୀଙ୍କୁ ସମର୍ଥନ, ତାଲିମ ଦେବା କଥା ସ୍ୱୀକାର କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି...

ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ଠିକାଦାର

ଭୁବନେଶ୍ୱର,୨୫ା୪: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ...

ଧାରଣା ବେଳେ ଚାଷୀ ବେହୋସ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ପୌରପରିଷଦ ୧ ନଂ ଆଉ ୨ ନଂ ଓ୍ବାର୍ଡର ଚାଷୀମାନେ ଶୁକ୍ରବାର ସକାଳ ୧୦.୩୦ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର...

ଅନ୍ତ୍ୟୋଦୟ ଯୋଜନାରେ ସାମିଲ୍‌ ହେବେ ଆଉ ଲକ୍ଷେ ହିତାଧିକାରୀ, ମେ’ ଶେଷ ଯାଏ ଚାଲିବ ଆବାସ ସର୍ଭେ

ଭୁବନେଶ୍ୱର,୨୫।୪: ଓଡ଼ିଶା ସରକାର ଆଗାମୀ ମାସରେ ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଆଉ ଏକ ଲକ୍ଷ ଘର ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ପ୍ରସ୍ତୁତି କରୁଛନ୍ତି, ବୋଲି...

ରାଜ୍ୟରେ ଗଠିତ ହେଲା ୪୬ ସିଭିଲ ଜଜ୍‌ କୋର୍ଟ

ଭୁବନେଶ୍ୱର,୨୫ା୪: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟଗୁଡ଼ିକ ବାଲେଶ୍ୱର ଜିଲାର ବାଲିଆପାଳ, ସିମୁଳିଆ, ସୋର, ବାହାନଗା...

ନବ ଦାସ ହତ୍ୟା ଘଟଣା: ଗୋପାଳଙ୍କ ପୂର୍ବ କଲ୍‌ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସଙ୍କ ପୁରୁଣା କଲ୍‌ ଡିଟେଲ ଖୋଲିଛି କ୍ରାଇମବ୍ରାଞ୍ଚ। ବୈଦ୍ୟନାଥପୁର ଥାନାରେ କ୍ରାଇମବ୍ରାଞ୍ଚର ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image