ଯୁଦ୍ଧରେ ଯୋଗଦେବାକୁ ଚେତାବନୀ ଦେଲା ଇରାନ, ଘେରାଉ କରିବାକୁ ଆମେରିକା ପଠାଇଲା ପରମାଣୁ…

ଓ୍ବାଶିଂଟନ୍‌,୭।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ସାମିଲ ହେବା ନେଇ ଚେତାବନୀ ଦେଇଛି। ତେବେ ଇରାନକୁ ସତର୍କ କରାଇ ଆମେରିକା ପର୍ସିଆନ ଗଲ୍ଫକୁ ପରମାଣୁ ବୁଡାଜାହାଜ ପଠାଇଛି। ଇସ୍ରାଏଲକୁ ଗାଜା ସୀମାରେ ଯୁଦ୍ଧ ରୋକିବା ପାଇଁ ଇରାନ ବାରମ୍ବାର ଚେତାବନୀ ଦେଇ ନିଜେ ଯୁଦ୍ଧ ନିଆଁରେ ଝାସ ଦେବାକୁ ବାହାରିଛି। ତେଣୁ ଇରାନକୁ ଘେରାଉ କରିବା ପାଇଁ ଆମେରିକା ନିଜ ଯୁଦ୍ଧ ଜାହାଜ ପଠାଇଛି। ଏ ସମ୍ପର୍କରେ ଆମେରିକାର ସେଣ୍ଟା୍ରଲ କମାଣ୍ଡର ଅଧିକାରୀମାନେ ସୂଚନା ଦେଇଛନ୍ତି।

Share