ଆମେରିକାରେ ପୁଣି ଫୁଟିଲା ଗୁଳି, ୨ ମୃତ, ପୋଲିସ ଅଧିକାରୀ ଆହତ

ୱାଶିଂଟନ,୨୨ ।୧୦: ଆମେରିକାରେ ପୁଣିଥରେ ଆଖିବୁଜା ଗୁଳି ଚାଳନାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ଗୁରୁବାରର ଘଟଣା । ଆମେରିକାର ରାଜଧାନୀ ୱାଶିଂଟନରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବାସହ ଜଣେ ପୋଲସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ସନ୍ଦିଗ୍ଧ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପରେ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
କୋଲ୍ୱିଲ ଟ୍ରାଇବଲ ପୋଲିସ ବିଭାଗ କହିଛି ଗୁରୁତର ଆହତ ପୋଲିସ ଅଧିକାରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୂର୍ବାପେକ୍ଷା ଏବେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହିଛି । ଗିରଫ ଦୁଇଜଣଙ୍କ ପରିଚୟ ହେଲା ପିଙ୍କମ ଓ ଜାଂଚରୀ ହୋଲ୍ଟ । ହେଲେ ତୃତୀୟ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

Share