ବିବିସି ଡକ୍ୟୁମଣ୍ଟାରି ନେଇ ପାକିସ୍ତାନ ଖବରଦାତାଙ୍କ ପ୍ରଶ୍ନ, ଉତ୍ତର ଦେଇ ଚୁପ୍‌ କରାଇଲା ଆମେରିକା…

ଓ୍ବାଶିଂଟନ/ଇସଲାମାବାଦ,୨୪।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରଠାରୁ ବିବାଦ ଦେଖାଦେଇଛି। ବର୍ତ୍ତମାନ ଆମେରିକା ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛି। ଜଣେ ପାକିସ୍ତାନୀ ଖବରଦାତା ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ, ସେତେବେଳେ ସେ ଗଣତନ୍ତ୍ର ବିଷୟରେ କହି ତାଙ୍କୁ ଚୁପ୍‌ କରାଇ ସେ ଉତ୍ତର ଦେଇଥିଲେ, ମୁଁ ବିବିସି ଡକ୍ୟୁମେଣ୍ଟାରୀର କାହାଣୀ ସହିତ ପରିଚିତ ନୁହେଁ। ତଥାପି, ଆମେରିକା ଏବଂ ଭାରତ ଭଳି ଦୁଇଟି ସମୃଦ୍ଧ ତଥା ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଲ୍ୟବୋଧ ସହିତ ଭଲଭାବେ ପରିଚିତ।

ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାଇସ କହିଛନ୍ତି ଯେ ଏପରି ଅନେକ ଜିନିଷ ଅଛି ଯାହା ଭାରତ ସହିତ ଆମେରିକାର ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ମଜବୁତ କରିଥାଏ, ଯେଉଁଥିରେ ରାଜନୈତିକ, ଅଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଗଭୀର ଅଟେ।

Share