ଭାରତ-ଆମେରିକା ସହଯୋଗର ଆଉ ଏକ ପାଦ ହେବ ମହାକାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୯: କେବଳ ପୃଥିବୀରେ ନୁହେଁ ମହାକାଶରେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଅପାର ସମ୍ଭାବନା ଅଛି। ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ବର୍ତ୍ତମାନ ମହାକାଶ ହେବ ବୋଲି ଅନୁମାନ କରାଯାଉଛି। ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂ ସଂନ୍ଧୁ ଏହା କହିଛନ୍ତି।

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂ ସଂନ୍ଧୁ ଏହା କହିଛନ୍ତି।
ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ବିଶ୍ୱର ଦୁଇ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ମହାକାଶରେ ସହଯୋଗ ବୃଦ୍ଧି ଏବଂ ନୂତନ ସମ୍ଭାବନା ଉପରେ କାର୍ଯ୍ୟ କରିବା ସ୍ବାଭାବିକ। ଆମେରିକାର ନ୍ୟୁଜ ମାଗାଜିନ ୱାଶିଂଟନ ଏକ୍ସାମିନରରେ ତାଙ୍କ ଆର୍ଟିକିଲରେ ଭାରତୀୟ ରାଷ୍ଟ୍ରଦୂତ ଏହା କହିଛନ୍ତି।

Share