ମଣିପୁର ଯୌନହିଂସାକୁ ନେଇ ଆମେରିକା ରଖିଲା ପ୍ରତିକ୍ରିୟା, କହିଲା ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ ଭାରତ ସରକାରଙ୍କ ଚେଷ୍ଟାକୁ ସମର୍ଥନ କରୁଛୁ

ଓ୍ବାଶିଂଟନ୍‌,୨୬।୭: ମଣିପୁର ଯୌନହିଂସାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି। ସେପଟେ ଏହି ମାମଲାରେ ଆମେରିକାର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକା ଏହି ବିଷୟକୁ ଭୟାନକ ଏବଂ ବିଭିତ୍ସ ବୋଲି ବର୍ଣ୍ଣନା କରିଛି।

ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଦୁଇ ମହିଳାଙ୍କ ଉପରେ ହୋଇଥିବା ଯୌନହିଂସାର ଭିଡିଓ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ଏହି ଘଟଣାରେ ପୀଡିତାଙ୍କ ପ୍ରତି ଆମର ଗଭୀର ସମବେଦନା ଜଣାଉଛି ଏଥିସହ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ସମର୍ଥନ କରୁଛୁ।

ପଟେଲ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ମହିଳାଙ୍କ ସହ ଏହି ପ୍ରକାର ଆଚରଣ କୌଣସି ସଭ୍ୟ ସମାଜରେ ଲଜ୍ଜାଜନକ। ଆମେ ଏହା ପୂର୍ବରୁ ମଧ୍ୟ କହିଛୁ ଯେ, ମଣିପୁର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ସପକ୍ଷରେ ଅଛୁ ଏବଂ ଆଶା କରୁଛୁ ଯେ ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ଏବଂ ସେମାନଙ୍କର ସମ୍ପତ୍ତି ସୁରକ୍ଷିତ ରହିବ।

Share