୩୭ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା, ରୁଷିଆକୁ ସହାୟତା କରୁଥିବା କମ୍ପାନୀ ମଧ୍ୟ ଏଥିରେ ସାମିଲ

ଓ୍ବାଶିଂଟନ୍‌,୧୫।୯: ଆମେରିକା ଏବଂ ରୁଷିଆ ମଧ୍ୟରେ ବିଦ୍ରୋହ ଜାରି ରହିଛି। ବର୍ତ୍ତମାନ ଆମେରିକା ୩୭ଟି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ରୁଷିଆର ଶକ୍ତି ଉତ୍ପାଦନ ବୃଦ୍ଧି ଏବଂ ଭବିଷ୍ୟତରେ ରପ୍ତାନି କ୍ଷମତା ବୃଦ୍ଧି କରୁଥିବା ୩୭ଟି ସଂସ୍ଥା ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଆମେରିକାର ବୈଦେଶିକ ବିଭାଗର ସୂଚନାନୁସାରେ, ପ୍ରତିବନ୍ଧକ ସଂସ୍ଥାଗୁଡ଼ିକ ଆର୍କଟିକ ଏଲଏନଜି-୨ ତରଳ ପ୍ରାକୃତିକ ଗ୍ୟାସ ପ୍ରକଳ୍ପ ସମେତ ପ୍ରମୁଖ ଶକ୍ତି ପ୍ରକଳ୍ପ ତଥା ଆନୁଷଙ୍ଗିକ ଭିତ୍ତିଭୂମି ବିକାଶରେ ସାମିଲ ରହିଛି।

ରୁଷିଆର ଆର୍କଟିକ ଏଲଏନଜି-୨ ସଂସ୍ଥା ବ୍ୟତୀତ ଆମେରିକା ତୁର୍କୀ ଭିତ୍ତିକ ସଂସ୍ଥାଗୁଡ଼ିକୁ ମଧ୍ୟ ନାମିତ କରିଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶ ପାଇଛି। ଏଥିରେ ତୁର୍କୀ କମ୍ପାନୀଗୁଡିକ ମଧ୍ୟରେ ଡେନକର ସିପ କନଷ୍ଟ୍ରକଶନ ଇନକୋରପୋର୍ଟେଡ କମ୍ପାନୀ ଏବଂ ଆଇଡି ସିପ ଏଜେନ୍ସି ଟ୍ରେଡ ଲିମିଟେଡ କମ୍ପାନୀ ସାମିଲ। ଆମେରିକା ପାଭେଲ ପାଭ୍ଲୋଭିଚ ଶେଭେଲିନକୁ ମଧ୍ୟ ସାମିଲ କରିଛି।

Share