ମୂଳ ଭାରତୀୟ ଆମେରିକୀୟ ବାସିନ୍ଦା ଯୁବତୀ ଓଡ଼ିଶା ଟ୍ରେନ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏକାଠି କଲେ ୧୦,୦୦୦ ଡଲାର, ପିଏମ କେୟାର୍ସ ଫଣ୍ଡକୁ ଯିବ ଅର୍ଥ

ନ୍ୟୁୟର୍କ,୮।୮: ଆମେରିକାରେ ରହୁଥିବା ମୂଳ ଭାରତୀୟ ବାସିନ୍ଦା ତନିଷ୍କା ଧାରିଓ୍ବାଲ ଓଡ଼ିଶାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ୧୦,୦୦୦ଡଲାର ଧନରାଶି ଏକାଠି କରିଛନ୍ତି। ଏହି ଅର୍ଥ ପିଏମ କେୟାର୍ସ ଫଣ୍ଡକୁ ଯିବ।

ତନିଷ୍କା ସମସ୍ତ ଅର୍ଥ ନ୍ୟୁୟର୍କର କନସୁଲ ଜେନେରାଲ ରଣନ୍ଧୀର ଜୟସୱାଲଙ୍କୁ ଦେଇଥିଲେ। ତନିଷ୍କା ଏହି ରାଶି ବଢାଇବା ପାଇଁ ଏକ GoFundMe ପେଜ ତିଆରି କରିଥିଲେ ଏବଂ ବିଦ୍ୟାଳୟ, ଜିଲା, ବନ୍ଧୁ ଏବଂ ପରିବାର ମାଧ୍ୟମରେ ଏତେ ପରିମାଣର ଅର୍ଥ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ। ଏହି ପରିମାଣ ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବ ବୋଲି ତନିଷ୍କା ଆଶା ପ୍ରକଟ କରିଛନ୍ତି।

Share