ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ କହିଛି, ମଞ୍ଜୁର ହୋଇଥିବା କମ୍ପାନୀଗୁଡିକ ମଧ୍ୟରେ ମିନସ୍କ ହ୍ବିଲ୍‌ ଟ୍ରାକ୍ଟର ପ୍ଲାଣ୍ଟ, ସିଆନ ଲଙ୍ଗଡେ ଟେକ୍ନୋଲୋଜି ଡେଭ୍‌ଲପମେଣ୍ଟ କମ୍ପାନୀ ଲିମିଟେଡ, ତିଆଞିନ କ୍ରିଏଟିଭ ସୋର୍ସ ଇଣ୍ଟରନ୍ୟାଶନାଲ ଟ୍ରେଡ କମ୍ପାନୀ ଲିମିଟେଡ ଏବଂ ଗ୍ରାନପେକ୍ଟ କମ୍ପାନୀ ଲିମିଟେଡ ଅନ୍ତର୍ଭୁକ୍ତ। ଏହି କମ୍ପାନୀଗୁଡିକ ବହୁ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିଥାନ୍ତି।

ବିବୃତ୍ତିରେ କୁହାଯାଇଛି, ଆମେରିକା ଏହାର ସହଯୋଗୀମାନଙ୍କ ସହ ବହୁ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ ତଥା ବିସ୍ତାରକୁ ରୋକିବା ପାଇଁ ପ୍ରତିବଦ୍ଧ। ଆମେରିକାର ବୈଦେଶିକ ବିଭାଗର ସୂଚନାନୁସାରେ, ଚାଇନା ଭିତ୍ତିକ ସିଆନ ଲଙ୍ଗ୍‌ଡେ ଟେକ୍ନୋଲୋଜି ଡେଭଲପମେଣ୍ଟ କୋ।

ସେହିଭଳି ଚାଇନାସ୍ଥିତ ତିଆଞ୍ଜିନ କ୍ରିଏଟିଭ ସୋର୍ସ ଇଣ୍ଟରନ୍ୟାଶନାଲ ଟ୍ରେଡ୍‌ କମ୍ପାନୀ ଲିମିଟେଡ୍‌ ପାକିସ୍ତାନକୁ ଷ୍ଟିଲ ଓ୍ବେଲଡିଂ ଉପକରଣ ଯୋଗାଇ ଦେଇଛି। ସ୍ପେସ୍‌ ଲଞ୍ଚ ଯାନରେ ବ୍ୟବହୃତ ପ୍ରୋପେଲାଣ୍ଟ ଟ୍ୟାଙ୍କ ତିଆରିରେ ଏହା ବ୍ୟବହାର କରାଯାଇପାରିବ।

ଅନ୍ୟ ଏକ ଚାଇନିଜ କମ୍ପାନୀ ଗ୍ରାନପେକ୍ଟ କମ୍ପାନୀ ଲିମିଟେଡ ବୃହତ ବ୍ୟାସ ରକେଟ ମୋଟର ପରୀକ୍ଷା ପାଇଁ ପାକିସ୍ତାନକୁ ଯନ୍ତ୍ରପାତି ଯୋଗାଉଥିଲା। ଏଥିସହ ଗ୍ରାନପେକ୍ଟ ପାକିସ୍ତାନର ନ୍ୟାଶନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ (ଏନଡିସି)କୁ ବୃହତ ବ୍ୟାସ ରକେଟ ମୋଟର ପରୀକ୍ଷା ପାଇଁ ଉପକରଣ ଯୋଗାଇଥାଏ।

ସେହିଭଳି ବେଲାରୁଷ କମ୍ପାନୀ ମିନସ୍କ ହ୍ବିଲ୍‌ ଟ୍ରାକ୍ଟର ପ୍ଲାଣ୍ଟ ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଯାନ ଚାସି ଯୋଗାଉଥିଲା। ଏହାକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ପାଇଁ ପାକିସ୍ତାନର ନ୍ୟାଶନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ (ଏନଡିସି) ଦ୍ୱାରା ବ୍ୟବହାର କରାଯାଇଥାଏ।

Share