ୱାଶିଂଟନ,୨୮।୬: ଆମେରିକାର ଟେକ୍ସାସ ଆଣ୍ଟୋନିଓରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଟ୍ରକ ଭିତରୁ ୪୬ ମୃତେଦହ ମିଳିଛି। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି। ଟ୍ରକଟି ସହରର ଏକ ରେଳ ଧାରଣା ପାଖରେ ଥିଲା। ଏହାକୁ ଖୋଲିବା ପରେ ତା’ଭିତରୁ ଏତେ ସଂଖ୍ୟାରେ ମୃତଦେହ ମିଳିଥିଲା। ତେବେ ଏତେ ସଂଖ୍ୟକ ମୃତ୍ୟୁ କେମିତି ହେଲା ତାହାର ପ୍ରକୃତ କାରଣ ଜଣାଡିନାହିଁ। ମେକ୍ସିକୋ ବୈଦେଶିକ ମନ୍ତ୍ରୀ ମାର୍ସେଲଙ୍କ କହିବା ମୁତାବକ, ଟ୍ରକ୍ରେ ଥିବା ସମସ୍ତ ବ୍ୟକ୍ତିଙ୍କ ଶ୍ୱାସରୁଦ୍ଧ ହେତୁ ମୃତ୍ୟୁ ହୋଇଥାଇପାରେ। ଏହା ଏକ ବେଶ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି।