ଆମେରିକା ଏୟାର ଶୋ’ରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ଆସିଲା ସାମ୍ନାକୁ, ପ୍ରାୟ ୬ ଜଣଙ୍କର ହୋଇଛି ମୃତ୍ୟୁ

ୱାଶିଂଟନ,୧୩ ।୧୧: ଆମେରିକାର ଟେକ୍ସାସ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଏହାର ଏକ ଲୋମ ଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବିମାନ ଭିଣ୍ଟେଜ ମିଲିଟ୍ରି ଏୟାରକ୍ରାପ୍ଟ ଥିବା ବେଳେ ଏହା ଟେକ୍ସାସର ଡଲାସ ସହରରେ ହେଉଥିବା ଏୟାର ଶୋ’ରେ ଭାଗ ନେବାକୁ ଆସିଥିଲେ । ଏୟାର ଶୋ’ରେ ନିଜର ପରାକ୍ରମ ଦେଖାଇବା ସମୟରେ ଆକାଶରେ ଏମାନେ ପରସ୍ପର ସହ ପିଟି ହୋଇଯାଇଥିଲେ ।
ଏହି ଦୁର୍ଘଟଣା ୧୨ ନଭେମ୍ବର ଦିନ ପ୍ରାୟ ୧ଟା ୩୦ ମିନିଟରେ ହୋଇଥିଲା । ଟେକ୍ସାସର ଡଲାସରେ ଭିଣ୍ଟେଜ ଏୟାର ଶୋ ଚାଲିଥିଲା । ଏକ ବୋଇଂ ବି-୧୭ ଆକଶରେ ପରାକ୍ରମ ଦେଖାଉଥିବା ବେଳେ ହଠାତ ଏହି ଯୁଦ୍ଧ ବିମାନ ନିକଟକୁ ବେଲ ପି-୬୩ ନାମକ ଦ୍ୱିତୀୟ ବିମାନ ଚାଲିଆସିଥିଲା । ତେବେ କେହି କିଛି ବୁଝିବା ପୂର୍ବରୁ ଉଭୟ ପରସ୍ପର ସହ ପିଟି ହୋଇଯାଇଥିଲେ ଓ ତଳେ ପଡି ନିଆଁ ଲାଗିଯାଇଥିଲା । ଏଥିରେ ଥିବା ସମସ୍ତ ମେମ୍ବରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏୟାର ଶୋ’ ଦେଖୁଥିବା ଲୋକେ ଭୟରେ ପାଟି କରିବାକୁ ଲାଗିଥିଲେ ।

Share