ଚାଇନା ସହ ତିକ୍ତତା ମଧ୍ୟରେ ଆମେରିକା ଆରମ୍ଭ କଲା ‘ଚାଇନା ହାଉସ’

ୱାଶିଂଟନ,୧୭ ।୧୨: ଆମେରିକା ଓ ଚାଇନା ମଧ୍ୟରେ ବଢି ଚାଲିଥିବା ତିକ୍ତତା ମଧ୍ୟରେ ବାଇଡେନ ପ୍ରଶାସନ ଏହାର ବୈଦେଶିକ ବିଭାଗକୁ ଚାଇନା ସମ୍ବନ୍ଧୀୟ ନୀତିନିୟମକୁ ମଜଭୁତ କରିବାକୁ ଦାୟିତ୍ୱ ଦେଇଛନ୍ତି । ଏ ସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ଶୁକ୍ରବାର କହିଛି ୱାଶିଂଟନ ଓ ବେଜିଂ ମଧ୍ୟରେ ପ୍ରତିଯୋଗୀତା ପରିଚାଳନା କରିବାରେ ଆମେରିକା ‘ଚାଇନା ହାଉସ’ ଅଫିସ ଆରମ୍ଭ କରିଛି ।
ଏକ ବୟାନରେ କୁହାଯାଇଛି କି ଚାଇନା ହାଉସ ଏହା ସୁନିଶ୍ଚିତ କରିବ କି ଆମେରିକା ସରକାର ପିପୁଲ୍ସ ରିପବ୍ଲିକ ଅଫ୍ ଚାଇନା(ପିଆରସି) ସହିତ ଆମର ପ୍ରତିଯୋଗୀତାକୁ ଦାୟିତ୍ୱବୋଧକ ଭାବରେ ପରିଚାଳନା କରିବାରେ ସକ୍ଷମ ଓ ଖୋଲା, ଅନ୍ତର୍ଭୁକ୍ତ ଆନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ଆମର ଦୃଷ୍ଟିକୁ ଆଗକୁ ବଢାଇବ । ଏହାମଧ୍ୟ କୁହାଯାଇଛି କି ଚାଇନା ହାଉସ ଅଧିନରେ ସୁରକ୍ଷା, ଆର୍ଥିକ, ବୈଷୟିକ, କୁଟନୈତିକ ଓ ରଣନୀତି ପ୍ରସଙ୍ଗ ଉପରେ କାମ କରିବାକୁ ସମଗ୍ର ଆମେରିକା ବୈଦେଶିକ ବିଭାଗ ଚାଇନା ବିଶେଷଜ୍ଞଙ୍କ ସହ କାମ କରିବ ।

Share