ଆମେରିକା ହିଂସା: ଇସ୍ତଫା ଦେଲେ ହ୍ୱାଇଟ ହାଉସର ଦୁଇ ମୁଖ୍ୟ ଅଧିକାରୀ

ୱାଶିଂଟନ,୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଉଡେନଙ୍କୁ ଅଫିସିୟାଲି ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସା ସୃଷ୍ଟି କରିଛନ୍ତି । ଏହାକୁ ଦେଖି ବୁଧବାର ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଦୁଇଜଣ ମୁଖ୍ୟ ଅଧିକାରୀ ଇସ୍ତଫା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ହ୍ୱାଇଟ ହାଉସର ଆଉ କେତେଜଣ ଅଧିକାରୀ ଇସ୍ତଫା ଦେବା କଥା ଚିନ୍ତା କରୁଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରାୟନ ଓ ତାଙ୍କର ଡେପୁଟି ମୈଥ୍ୟୁ ପେଣ୍ଟିଗର ରହିଛନ୍ତି । ତେବେ ହ୍ୱାଇଟ୍ ହାଉସ ଏ ସମ୍ପର୍କରେ କିଛି ଟିପ୍ପଣି ଦେଇ ନ ଥିବା ଜଣାପଡିଛି । ଆମେରିକାରେ ଉପୁଜିଥିବା ହିଂସାରେ ଏବେ ସୁଦ୍ଧା ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ କିଛି ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି ।

Share