ଜି-୨୦ବୈଠକରେ କାମ ବିଗାଡିବ ଚାଇନା: ଆମେରିକା

ଓ୍ବାଶିଂଟନ୍‌, ୬।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଆରମ୍ଭ ହୋଇଯାଇଛି ସଜବାଜ। ୩୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ। ତେବେ ସେପ୍ଟେମ୍ବର ୯ରେ ଆରମ୍ଭ ହେବାକୁ ଥିବା ଏହି ବୈଠକରେ ଚାଇନା ଓ ଋଷିଆ ରାଷ୍ଟ୍ରପତି ଯୋଗ ଦେବେ ନାହିଁ ବୋଲି ଦେଶର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ହ୍ବାଇଟ ହାଉସର ଅଧିକାରୀ ଜେକେ ସଲିଭାନ ବୁଧବାର କହିଛନ୍ତି, ଜି-୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଭାରତକୁ ଆସିଥିଲେ କାମ ବିଗାଡି ଥା’ନ୍ତେ।
ଜି -୨୦ ଶିଖର ସମ୍ମିଳନୀକୁ ପ୍ରଭାବିତ କରୁଥିବା ଭାରତ ଏବଂ ଚୀନ ମଧ୍ୟରେ ଥିବା ତିକ୍ତତାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସଲିଭାନ କହିଛନ୍ତି, ବୈଠକରେ ଚାଇନାକୁ ଭୂ-ରାଜନୈତିକ ପ୍ରଶ୍ନ ପଚାରିବାକୁ ବିରତି କରିବୁ। ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବୁ।

ସଲିଭାନ ଆହୁରି କହିଛନ୍ତି, “ଭାରତ ଏବଂ ଚାଇନା ମଧ୍ୟରେ ଥିବା ତିକ୍ତତା ଶିଖର ସମ୍ମିଳନୀ ଉପରେ କେତେ ପ୍ରଭାବ ପକାଇବ, ତାହା ଚାଇନା ଚୀନ ଉପରେ ନିର୍ଭର କରେ। ଚାଇନା ବୈଠକରେ ଆସି ଯଦି କାମ ବିଗାଡିବା ପାଇଁ ଚାହିଁବ ତେବେ ନିଶ୍ଚିତ ଭାବରେ ସେହି ବିକଳ୍ପ ସେମାନଙ୍କ ପାଇଁ ଉପଲବ୍ଧ। ଆମେରିକା ସମେତ ଅନ୍ୟ ସଦସ୍ୟ ଦେଶକୁ ଜଳବାୟୁ, ବହୁପକ୍ଷୀୟ ବିକାଶ, ବ୍ୟାଙ୍କ ସଂସ୍କାର ଉପରେ ଗଠନମୂଳକ ବିଷୟବସ୍ତୁ ଉପରେ ଆଲୋଚନା କରିବାକୁ ପ୍ରୋତ୍ସାହିତ କରିବୁ।”

Share