ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଅନୁରୋଧ କଲା ଆମେରିକା

ଓ୍ବାଶିଂଟନ,୩ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଆଜି ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ୨୮ରେ ପହଞ୍ଚିଛି। ଏଥି ସହିତ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏଠାରେ ପାଲେଷ୍ଟାଇନ୍‌କୁ ମାନବିକ ସହାୟତା ଯୋଗାଇବା ଉଦ୍ଦେଶ୍ରରେ ଆମେରିକା ଶୁକ୍ରବାର ଇସ୍ରାଏଲକୁ ଅସ୍ତ୍ର ବିରତି ପାଇଁ ଅନୁରୋଧ କରିଛି।

ଆମେରିକା କହିଛି, ଅସ୍ତ୍ରବିରତି ସହ ଲୋକଙ୍କୁ ନିରାପଦ ସ୍ଥାନାନ୍ତର କରିବାରେ ସହାୟକ ହେବ। ତେବେ ଇସ୍ରାଏଲ ଏହି ଆମେରିକୀୟ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, କେବଳ ହମାସ୍‌ ଯୁଦ୍ଧବିମାନକୁ ଟାର୍ଗେଟ କରାଯାଉଛି।

Share