ବାଇଡେନ୍‌ ପ୍ରଶାସନର ପ୍ରଥମ ଏୟାରଷ୍ଟାଇକ୍‌

ୱାଶିଂଟନ,୨୬।୨: ପୂର୍ବ ସିରିଆରେ ଥିବା ଆତଙ୍କବାଦୀ ଗଡରେ ଆମେରିକା ଏୟାର ଷ୍ଟ୍ରାଇକ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଏହି ଏୟାରଷ୍ଟାଇକ୍‌ କରାଯାଇଛି। ପୂର୍ବ ସିରିଆରେ ଅବସ୍ଥିତ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ସୀମିତ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଆମେରିକା ଯବାନଙ୍କୁ ଇରାକ ଟାର୍ଗେଟ କରିବା ପରେ ବାଇଡେନ୍‌ ଏଭଳି ନିଷ୍ପତ୍ତି ନେଇଥିଲେ। ବାଇଡେନ ପ୍ରଶାସନରେ ଏହା ପ୍ରଥମ ଏୟାରଷ୍ଟ୍ରାଇକ ଥିଲା।

Share