ସିରିଆରେ ହେଲିକପ୍ଟର ଦୁର୍ଘଟଣା: ୨୨ ଆହତ

ଓ୍ବାଶିଂଟନ,୧୩।୬: ୟୁଏସ ସେଣ୍ଟ୍ରାଲ କମାଣ୍ଡ ସୋମବାର ବିଳମ୍ବିତ ରାତିରେ କହିଛି ଯେ ରବିବାର ପୁର୍ବୋତ୍ତର ସିରିଆରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨୨ ଆମେରିକୀୟ ସେବା ସଦସ୍ୟ ଆହତ ହୋଇଛନ୍ତି। ହେଲେ ହେଲିକପ୍ଟର ଦୁର୍ଘଟଣା କିପରି ହେଲା ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଏହାର ଯାଞ୍ଚ ଆରମ୍ଭ କରାଯାଇଛି।
ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ସୋମବାର ବିଳମ୍ବିତ ରାତିରେ କହିଥିଲା କି ରବିବାର ପୁର୍ବୋତ୍ତର ସିରିଆରେ ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨୨ ଆମେରିକୀୟ ସେବା ସଦସ୍ୟ ଆହତ ହୋଇଛନ୍ତି। ଏକ ବୟାନରେ କୁହାଯାଇଛି କି ୧୦ ସେବା ସଦସ୍ୟଙ୍କୁ ମଧ୍ୟ ସେଣ୍ଟ୍ରାଲ କମାଣ୍ଡ ଅଞ୍ଚଳ ବାହାରେ ଥିବା ଉଚ୍ଚ ଚିକିତ୍ସା ସୁବିଧାକୁ ସ୍ଥାନାନ୍ତର କରାଯାଇଛି।

Share