ଇତିହାସରେ ପ୍ରଥମ: ଆମେରିକାର ଲୋକ ସଭା କାର୍ଯ୍ୟ ଗୁରୁବାଣୀରୁ ଆରମ୍ଭ

ଓ୍ବାଶିଂଟନ,୩୦ା୯: ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ଲୋକ ସଭାର ପ୍ରକ୍ରିୟା ଗୁରୁବାଣୀରୁ ଆରମ୍ଭ ହୋଇଛି। ଭାରତୀୟ ମୂଳ ସାଂସଦ ହିନ୍ଦୁ ‘କକ୍‌ସ’ ଗଠନ କରିଥିଲେ। ଆମେରିକାର ସଂସଦ ଇତିହାସରେ ପ୍ରଥମଥର ପାଇଁ ଶିଖ୍‌ ପ୍ରାର୍ଥନା ଗୁରୁବାଣୀ ସହ ସଂସଦର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନ୍ୟୁ ଜର୍ସିର ପାଇନ ହିଲ୍‌ ଗୁରୁଦ୍ୱାରର ଗ୍ରାଣ୍ଟ ଜିଆନି ଜସ୍‌ବିନ୍ଦର ସିଂଙ୍କ ଗୁରୁବାଣୀ ସହିତ ଲୋକ ସଭାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଖ ସମନ୍ବୟ କମିଟି ପୂର୍ବତଟ ମୁଖପାତ୍ର ହରଜନ୍ଦର ସିଂ କହିଛନ୍ତି , ସମଗ୍ର ବିଶ୍ୱ ଶିଖ୍‌ ସମ୍ପ୍ରଦାୟ ପାଇଁ ଏହା ଏକ ଆନନ୍ଦଦାୟକ ଘଟଣା।

ଆମେରିକାରେ ଭାରତୀୟ ବଂଶୋଭବ ସାଂସଦ ଥାନେଦର ହିନ୍ଦୁ, ବୌଦ୍ଧ, ଶିଖ୍‌ ଏବଂ ଜୈନ ସମ୍ପ୍ରଦାୟର ସ୍ବାର୍ଥ ରକ୍ଷା ପାଇଁ ଏକ ନୂତନ ‘କକ୍‌ସ’ ଗଠନ ଘୋଷଣା କରିଥିଲେ। ଡେମୋକ୍ରାଟ ଏବଂ ରିପବ୍ଲିକାନ ଦଳର ୨୭ରୁ ଅଧିକ ସାଂସଦ ଏହି କାକସରେ ଯୋଗ ଦେଇଛନ୍ତି। ଥାନେଦର କହିଛନ୍ତି, ଧାର୍ମିକ ଭେଦଭାବକୁ ମୁକାବିଲା କରିବା ଏବଂ ହିନ୍ଦୁ, ବୌଦ୍ଧ, ଶିଖ ଏବଂ ଜୈନ ଧର୍ମର ଲୋକମାନଙ୍କ ପାଇଁ ଧାର୍ମିକ ସ୍ବାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ‘କକ୍‌ସ’ ଲକ୍ଷ୍ୟ ରହିଛି।

Share