ୱାଶିଂଟନ,୩ ।୧୧; ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି । ତେବେ କୁହାଯାଉଛି କି ଆମେରିକାରେ ଗତ କିଛିଦିନ ହେବ ଅସ୍ତ୍ରଶସ୍ତ୍ର ବିକ୍ରି ବଢି ଯାଇଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା କରାଯାଉଛି । ନିର୍ବାଚନ ପୂର୍ବରୁ ଆମେରିକାରେ ଯେଉଁଭଳି ହିଂସକ ପରିସ୍ଥିତି ଉପୁଜିଥିଲା ଓ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟି ମଧ୍ୟରେ ଯେଉଁଭଳି ଟକ୍କର ଚାଲିଛି ଏହାକୁ ଦେଖିଲେ ଲାଗୁଛି ହିଂସା ଆଉ ବେଶୀ ବାଟ ନୁହେଁ । କାରଣ ଯେତେବେଳେ ଆମେରିକାରେ ହିଂସା ହୋଇଥିଲା ସେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ର୍ମ୍ପ ଓ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଥିଲା । ଏହାରି ଭିତରେ ଶ୍ୱେତାଙ୍ଗ ଓ ଅଣ ଶ୍ୱେତାଙ୍ଗ କଥା ମଧ୍ୟ ଉଠିଥିଲା । ଆଉ ଏବେ ସେଠାରେ ଅସ୍ତ୍ରଶସ୍ତ୍ର ବିକ୍ରି ବଢି ଯାଇଥିବା ଓ ସୋସିଆଲ ମିଡିଆରେ ନିର୍ବାଚନ ଫଳାଫଳ ଆସିଲେ ଦଙ୍ଗା ହୋଇପାରେ ବୋଲି ଅନୁମାନ କରାଯାଉଛି ।