ଉତ୍ତର କୋରିଆର ପରମାଣୁ ମିସାଇଲ ପ୍ରଦର୍ଶନୀ ପରେ ଆକ୍ସନରେ ଆମେରିକା, ଜାପାନୀ ନେତାଙ୍କ ସହ ବୈଠକ କରିବେ ବାଇଡେନ

ଓ୍ବାଶିଂଟନ୍‌,୨୯।୭: ଉତ୍ତର କୋରିଆର ପରମାଣୁ ମିସାଇଲର ପ୍ରଦର୍ଶନୀ ପରେ ଆମେରିକା ଆକ୍ସନ ମୋଡକୁ ଆସିଛି। ହ୍ବାଇଟ୍‌ ହାଉସ କହିଛି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଗଷ୍ଟ ୧୮ରେ ୱାଶିଂଟନ୍‌ରେ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ୟୁ ସୁକ ୟୋଓଲ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଏକ ତ୍ରିପାକ୍ଷିକ ସମ୍ମିଳନୀର ଆୟୋଜନ କରିବେ।

ଏହି ସମ୍ମିଳନୀରେ ନେତାମାନେ ସେମାନଙ୍କର ତ୍ରିପାକ୍ଷିକ ସମ୍ପର୍କର ଏକ ନୂତନ ଅଧ୍ୟାୟକୁ ପାଳନ କରିବେ, କାରଣ ଆମେରିକା ଏବଂ ଜାପାନ ତଥା ଆମେରିକା ଏବଂ କୋରିଆ ମଧ୍ୟରେ ବନ୍ଧୁତ୍ୱର ଦୃଢ଼ତାକୁ ସମସ୍ତେ ନିଶ୍ଚିତ କରିଛନ୍ତି।

ଏହା ସହିତ ସମସ୍ତ ନେତା ମୁଖ୍ୟତଃ ଉତ୍ତର କୋରିଆର ପରମାଣୁ ଏବଂ ମିଶାଇଲ କାର୍ଯ୍ୟକ୍ରମ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ଆଲୋଚନା କରିବେ।

Share