ଓ୍ବାଶିଂଟନ୍,୨୦।୯: ଭାରତ ଏବଂ କାନାଡା ମଧ୍ୟରେ ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ତିକ୍ତତା ବଢୁଛି। କାନାଡାର ଅଭିଯୋଗ ପରେ ଭାରତ ପଦକ୍ଷେପ ନେଇ କାନାଡା କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଆମେରିକାର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ-କାନାଡା ସମ୍ପର୍କକୁ ନେଇ ଚିନ୍ତିତ।
ଖଲିସ୍ତାନୀ ନେତାଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କାନାଡା ସଂସଦରେ କହିଛନ୍ତି, ହରଦୀପ ସିଂ ଯିଏ କାନାଡାର ନାଗରିକ। ତାଙ୍କ ହତ୍ୟାରେ ଭାରତ ଜଡିତ ଥାଇପାରେ ଏବଂ କାନାଡାର ଏକ ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ଅନୁସନ୍ଧାନ କରୁଛି।