ଚାଇନା ପୂର୍ବରୁ ଜେଟ୍‌ର ଧ୍ୱଂସାବଶେଷ ଖୋଜୁଛି ଆମେରିକା, କାରଣ ଜାଣିଲେ…

ଓ୍ବାଶିଂଟନ,୨୭ା୧: ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ଆଡ୍‌ଭାନ୍ସଡ ଫାଇଜର ଜେଟ୍‌-୩୫ର ଧ୍ୱଂସାବଶେଷ ଆମେରିକା ଖୋଜିବାକୁ ଚାହୁଁଛି। କାରଣ ଏହି ଜେଟ୍‌ର ଆବର୍ଜନାକୁ କୌଣସି ପରିସ୍ଥିତିରେ ଚାଇନା ଧରି ପାରିବ ନାହିଁ।

ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଆମେରିକୀୟ ଯୁଦ୍ଧ ବିମାନଟି ବହୁତ ଉନ୍ନତ ଥିଲା। ଆମେରିକାର ନ୍ୟୁଜ୍‌ ନେଟ୍‌ଓ୍ବାର୍କ କହିଛି ଯେ, ଫାଇଜର-୩୫ର ଧ୍ୱଂସାବଶେଷ ଖୋଜିବା ପାଇଁ ଚାଇନା ଚେଷ୍ଟା କରୁଛି। ଏଥିସହିତ ଆମେରିକା ଏହି ୧୦୦ ମିଲିୟନ ଡଲାରର ଜେଟ୍‌ର ଆବର୍ଜନାକୁ ଚାଇନା ହାତକୁ ଦେବାକୁ ଚାହୁଁନାହିଁ। ଏହା ଅତ୍ୟନ୍ତ ସ୍ବତନ୍ତ୍ର କାର୍ଯ୍ୟରେ ବ୍ୟବହୃତ ହୁଏ।

ଏହି ଜେଟ୍‌ ବା ଯୁଦ୍ଧ ବିମାନ ହେଉଛି ଏକ ଇଞ୍ଜିନ ଷ୍ଟିଲ। ଏହା ନିଜକୁ ଶତ୍ରୁର ରାଡାରଠାରୁ ଦୂରରେ ରଖିପାରେ। ଏହାର ଅର୍ଥ ହେଉଛି ଶତ୍ରୁ ହୁଏତ ଆଖପାଖରେ ଥିବା ବିଷୟରେ ଅବଗତ ନ ଥିବେ। ଏହାକୁ ଆମେରିକା, ଜାପାନ, ବ୍ରିଟେନ, ଅଷ୍ଟ୍ରେଲିଆ ଭଳି ସହଯୋଗୀମାନେ ମଧ୍ୟ ବ୍ୟବହାର କରନ୍ତି।

Share