ଆମେରିକା ଭାରତକୁ ଫେରାଇଲା ୩୦୭ ପ୍ରାଚୀନ ବସ୍ତୁ

ନ୍ୟୁୟର୍କ,୧୯ା୧୦: ଭାରତରୁ ଚୋରି ହୋଇଥିବା ଐତିହ୍ୟ ବର୍ତ୍ତମାନ ଦେଶକୁ ଫେରି ଆସିଛି। ଲୁଟେରାଙ୍କ ଦ୍ୱାରା ଏହି ଚୋରି ସାମଗ୍ରୀ ଆମେରିକାରେ ପହଞ୍ଚିଥିଲା। ୧୫ ବର୍ଷର ଅନୁସନ୍ଧାନ ପରେ, ଆମେରିକା ଶେଷରେ ଭାରତକୁ ୩୦୭ ପୁରାତନ ସାମଗ୍ରୀ ଫେରାଇ ଦେଇଛି। ଏହି ଜିନିଷଗୁଡ଼ିକର ମୋଟ୍‌ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଡଲାର।

ଜବତ ହୋଇଥିବା ପ୍ରାଚୀନ ସାମଗ୍ରୀଗୁଡିକ ଭାରତ ତଥା ଆଫଗାନିସ୍ତାନ, କାମ୍ବୋଡିଆ, ଇଣ୍ଡୋନେସିଆ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲାଣ୍ଡ ଏବଂ ଅନ୍ୟାନ୍ୟ ଦେଶରୁ ଆମେରିକାକୁ ଚୋରା ଚାଲାଣ କରାଯାଇଥିଲା। ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଏକ ସମାରୋହରେ ଏହି ସମସ୍ତ ଜିନିଷପତ୍ର ଜବତ କରାଯାଇଛି ବୋଲି ଭାରତର ବାଣିଜ୍ୟ ଦୂତ ରଣଧୀର ଜୟସ୍ବାଲ କହିଛନ୍ତି।

ଫେରସ୍ତ କରାଯାଉଥିବା ଜିନିଷଗୁଡ଼ିକ ମଧ୍ୟରେ ୧୨-୧୩ ତମ ଶତାବ୍ଦୀର ଆର୍କ ପାରିକରା, ଯାହା ମାର୍ବଲରେ ନିର୍ମିତ। ଏହାର ମୂଲ୍ୟ ପ୍ରାୟ ୮୫,୦୦୦ ଡଲାର। ଏହାକୁ କଳା ଡିଲର କପୁରଙ୍କ ନିକଟରୁ ଜବତ କରାଯାଇଛି। ଚୋରି ମୂର୍ତ୍ତିଗୁଡ଼ିକ ମଧ୍ୟରେ ବିଷ୍ଣୁ, ଲକ୍ଷ୍ମୀ ଏବଂ ଗୁରୁଡ଼ ରହିଛନ୍ତି।

ଡିଏ କାର୍ଯ୍ୟାଳୟ ୨୦୧୨ରେ କପୁରଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା ଏବଂ ନଭେମ୍ବର୨୦୧୯ରେ କପୁର ଏବଂ ତାଙ୍କର ଅନ୍ୟ ୭ ଜଣ ସହଯୋଗୀ ଚୋରି ହୋଇଥିବା ପୁରାତନ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Share