କାନାଡାର ଯାଞ୍ଚକୁ ଭାରତ ସମର୍ଥନ କରିବା ଉଚିତ୍‌: ଆମେରିକା

ଓ୍ବାଶିଂଟନ,୭।୧୦: ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ଜାରି ରହିଛି। ଏପରିକି ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି।

ଏଥି ସହିତ ଜେମ୍ସ ରୁବିନ କହିଛନ୍ତି ଯେ, ଏହି ଗତିରୋଧ ଏକ ଜଟିଳ ବିଷୟ ଏବଂ ଏହି ଘଟଣାରେ ଚାଲିଥିବା ଅନୁସନ୍ଧାନରେ ସହଯୋଗ ଆଶା କରାଯାଉଛି। ସୂଚନାଯୋଗ୍ୟ, ଜେମ୍ସ ରୁବିନ ହେଉଛନ୍ତି ଆମେରିକାର ସ୍ବତନ୍ତ୍ର ଦୂତ ଏବଂ ଅକ୍ଟୋବର ୫ରେ ଏକ ଭର୍ଚୁଆଲ ପ୍ରେସ ବ୍ରିଫିଂ ସମୟରେ ସେ ଏହା କହିଛନ୍ତି। ଜେମ୍ସ କହିଛନ୍ତି, ଆମେ କାନାଡାର ଅନୁସନ୍ଧାନକୁ ସମର୍ଥନ କରୁଛୁ। ଆମେ ଚାହୁଁ ଭାରତ ସରକାର ସମେତ ସମସ୍ତେ ସାହାଯ୍ୟ କରନ୍ତୁ।

Share