ବିନା ସର୍ତ୍ତରେ ଉତ୍ତର କୋରିଆ ସହ କଥା ହେବାକୁ ଆମେରିକା ପ୍ରସ୍ତୁତ

ଓ୍ବାଶିଂଟନ,୨୪ା୧୦: ଉତ୍ତର କୋରିଆ ପାଇଁ ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ସୁଙ୍ଗ କିମ୍‌ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ବିନା ଆମେରିକା ଉତ୍ତର କୋରିଆ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଦକ୍ଷିଣ କୋରିଆର କୋରିଆ ଉପଦ୍ୱୀପର ଶାନ୍ତି ଏବଂ ନିରାପତ୍ତା ପାଇଁ ନିଯୁକ୍ତ ସ୍ବତନ୍ତ୍ର ପ୍ରତିନିଧି ନା କ୍ୟୁ ଡୁଙ୍କ ସହ ସିଓଲରେ ଆଲୋଚନା ବେଳେ ସେ ଏହା କହିଛନ୍ତି। ଏହି ଅବସରରେ ଯୋଗ ଦେଇ ସୁଙ୍ଗ୍‌ କହିଛନ୍ତି, ସେ ବିଭିନ୍ନ ବିକଳ୍ପ ଏବଂ ପଦକ୍ଷେପ ଉପରେ ନୁଙ୍କ ସହ କାମ ଜାରି ରଖିବେ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସୁଙ୍ଗ୍‌ କହିଛନ୍ତି, ଉତ୍ତର କୋରିଆରେ ବିଶ୍ୱର କରୋନା ମହାମାରୀରୁ ସୃଷ୍ଟି ହେଉଥିବା ମାନବିକ ସଙ୍କଟ ଉପରେ ଆମେରିକା ଗଭୀର ଚିନ୍ତିତ। ଏଥିପାଇଁ ସେ ମାନବିକତା ଭିତ୍ତିରେ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ ଆମେରିକା ଉତ୍ତର କୋରିଆ ସହିତ ସର୍ତ୍ତମୂଳକ ଆଲୋଚନା ପାଇଁ ମଧ୍ୟ ପ୍ରସ୍ତୁତ। ସେ ଏହା ମଧ୍ୟ କହିଛନ୍ତି, ଯେ ଆମେରିକା ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି ଯେ ଏହି ପ୍ରସଙ୍ଗରେ ଆଗକୁ ବଢ଼ିବାରେ ଆମେରିକାର କୌଣସି ଅସୁବିଧା ନାହିଁ। ଏହି ପ୍ରସଙ୍ଗରେ ତାଙ୍କୁ ଉତ୍ତର କୋରିଆରୁ ଏକ ସକାରାତ୍ମକ ସଙ୍କେତ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Share