ଭାରତ ସହିତ ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ଜାରି ରଖିବ ଆମେରିକା: ପେଣ୍ଟାଗନ

ଓ୍ବାଶିଂଟନ,୬।୧୦: ଆମେରିକା ଭାରତ ସହ ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ଜାରି ରଖିବ। ପେଣ୍ଟାଗନ ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ପେଣ୍ଟାଗନର ପ୍ରେସ ସେକ୍ରେଟାରୀ ପ୍ୟାଟ ରାଇଡର୍‌ ଏକ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ, ପ୍ରତିରକ୍ଷା ସ୍ତରରେ ଭାରତ ସହ ଆମର ସମ୍ପର୍କକୁ ଆମେ ବହୁତ ପ୍ରଶଂସା କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି , ଆମେ ଭାରତ ସହ ଏକ ଦୃଢ ପ୍ରତିରକ୍ଷା ସହଭାଗୀତା ଜାରି ରଖିବୁ ଏବଂ ମୁଁ ଭାବୁଛି ଆପଣ ଭବିଷ୍ୟତରେ ମଧ୍ୟ ତାହା କରିବେ।

୧୯୯୭ରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ବାଣିଜ୍ୟ ପ୍ରାୟ ଅଣଦେଖା ଥିଲା, ଆଜି ଏହା ୨୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ। ଏକ ପ୍ରଶ୍ନର ଉତ୍ତରରେ ରାଇଡର୍‌ କହିଛନ୍ତି, ପ୍ରତିରକ୍ଷା ବିଭାଗ ପାଇଁ ଚାଇନା ଏକ ଗତିଶୀଳ ଚ୍ୟାଲେଞ୍ଜ ହୋଇରହିଛି।

Share