ଲସ ଆଞ୍ଜେଲସ,୭ ।୧: ଆମେରିକାରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ହସ୍ପିଟାଲରେ ବେଡ୍ର ଅଭାବ ପରିଲକ୍ଷିତ ହେଲାଣି । ଏହାରି ଭିତରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା କମ୍ ଥିବା କୁହାଯାଉଥିଲା । ହେଲେ ଆମେରିକାର ମହାମାରୀ ବିଶେଷଜ୍ଞ ଫହିମ ୟୁନୁସ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଓମିକ୍ରନ୍ ଭାରିଏଣ୍ଟକୁ ହାଲୁକା ଭାବେ ଗ୍ରହଣ କରିବା ଭୁଲ୍ । କାରଣ ଏବେ ହସ୍ପିଟାଲରେ ଓମିକ୍ରନ୍ ସଂକ୍ରମିତ ୧୦୦ ପ୍ରତିଶତ ଭେଣ୍ଟିଲେଟର ବ୍ୟବହାର କଲେଣି । ଡା. ଫହିମ ଆମେରିକା ୟୁନିଭର୍ସିଟି ଅଫ ମେରିଲ୍ୟାଣ୍ଡରେ ମହାମାରୀ ବିଭାଗର ମୁଖ୍ୟ ଡାକ୍ତର । ସେ ମେରିଲ୍ୟାଣ୍ଡ ହସ୍ପିଟାଲରେ ଆଇସିୟୁ ଭର୍ତ୍ତି ହୋଇଯାଇଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି ଓମିକ୍ରନକୁ ହାଲକା ଭାବେ ନିଅନ୍ତୁ ନାହିଁ । ମାସ୍କ ପିନ୍ଧନ୍ତୁ ବୁଷ୍ଟର ଡୋଜ ନିଅନ୍ତୁ ଓ ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ । ଏହାସହ ଡା. ଫହିମ କିଛିଦିନ ମଧ୍ୟରେ ଏହି ଲହର ଶେଷ ହୋଇଯିବ ବୋଲି କହିଛନ୍ତି ।