ପୁଣି ଭୁଲ କଲେ ବାଇଡେନ, କହିଲେ ଇରାକ ଯୁଦ୍ଧରେ ହାରିବେ ପୁଟିନ

ଓ୍ବାଶିଂଟନ,୨୯।୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଏକ ଭୁଲ କରିଛନ୍ତି। ଏଥର ସେ ୟୁକ୍ରେନକୁ ଇରାକ ବୋଲି କହଛନ୍ତି। ସେ କହିଛନ୍ତି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ ଭାବେ ଇରାକରେ ଯୁଦ୍ଧରେ ହାରିଯାଉଛନ୍ତି ଏବଂ ସେ ବିଶ୍ୱରୁ ଅଲଗା ହୋଇଯାଉଛନ୍ତି। ତେବେ ଏଠାରେ ସେ ଇରାକ ପରିବର୍ତ୍ତେ ୟୁକ୍ରେନ କଥା କହିବାକୁ ଚାହୁଁଥିଲେ। ରାଷ୍ଟ୍ରପତି ବାଇଡେନ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନାଟୋ, ୟୁରୋପୀୟ ୟୁନିଅନ ଏବଂ ଜାପାନ ସମେତ ମୋଟ ୪୦ଟି ଦେଶରେ ତାଙ୍କୁ କେହି ସମ୍ମାନ କରନ୍ତି ନାହିଁ।

ସିକାଗୋ ଗସ୍ତ ପୂର୍ବରୁ ଖବରଦାତାମାନଙ୍କ ସହ ସଂକ୍ଷେପରେ କଥାବାର୍ତ୍ତା କରିବା ସମୟରେ ରାଷ୍ଟ୍ରପତି ବାଇଡେନଙ୍କୁ ପଚରାଯାଇଥିଲା ଯେ ୱାଗନର୍‌ ଗ୍ରୁପର ମୁଖ୍ୟଙ୍କ ନେତୃତ୍ୱରେ ରୁଷିଆରେ ହୋଇଥିବା ବିଦ୍ରୋହ ଦ୍ୱାରା ପୁଟିନ ଦୁର୍ବଳ ହୋଇଛନ୍ତି କି ନାହିଁ, ଯାହାର ସୈନ୍ୟବାହିନୀ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ଏହାର ଉତ୍ତରରେ ସେ କହିଥିଲେ ବର୍ତ୍ତମାନ କହିବା କଷ୍ଟକର। କିନ୍ତୁ ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଇରାକ ଯୁଦ୍ଧରେ ପୁଟିନ ହାରୁଛନ୍ତି। କଥା ହେଲା ବାଇଡେନ ୟୁକ୍ରେନ କହିବା ସ୍ଥାନରେ ଭୁଲରେ ଇରାକ ବୋଲି କହିଦେଇଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ହୋଇଛି।

Share