ଜାତିସଂଘ ପ୍ରସ୍ତାବ ବିରୋଧରେ ଭୋଟ ଦେଲା ଆମେରିକା

ଜାତିସଂଘ,୨୬।୨: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବାର ୩ ବର୍ଷ ପରେ ଆମେରିକା ଏବଂ ୟୁରୋପୀୟ ମେଣ୍ଟ ମଧ୍ୟରେ ଫାଟ ଦେଖାଦେଇଛି। ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରି ଜାତିସଂଘରେ ସୋମବାର ଅଣାଯାଇଥିବା ୩ଟି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଆମେରିକା ମନା କରିଦେଇଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଟ୍ରାନ୍ସଆଟଲାଣ୍ଟିକ୍‌ ସମ୍ପର୍କରେ ନାଟକୀୟ ପରିବର୍ତ୍ତନ ଦେଖାଦେଇଛି। ଜାତିସଂଘ ସାଧାରଣ ସଭାରେ ଆମେରିକା ରୁଷିଆ ସହ ହାତ ମିଳାଇ ୟୁରୋପ ସମର୍ଥତ୍ତ ୟୁକ୍ରେନ୍‌ ପ୍ରସ୍ତାବ ବିରୋଧରେ ଭୋଟ ଦେଇଛି। ତୁରନ୍ତ ରୁଷିଆ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ଓ ଆକ୍ରମଣ ବନ୍ଦ କରିବା ପାଇଁ ପ୍ରସ୍ତାବରେ ଆହ୍ବାନ ଦିଆଯାଇଥିଲା। ୟୁରୋପୀୟ ଏବଂ ଆମେରିକା ବ୍ୟତୀତ ଅନ୍ୟ ଜି୭ ଦେଶଗୁଡ଼ିକ ଚିଠାପ୍ରସ୍ତାବ ସପକ୍ଷରେ ଭୋଟ ଦେବା ପରେ ଏହା ଗୃହୀତ ହୋଇଛି। ତେବେ ଭୋଟଦାନ ବେଳେ ଭାରତ ଏବଂ ରୁଷିଆର ଅନ୍ୟତମ ସହଯୋଗୀ ଚାଇନା ଅନୁପସ୍ଥିତ ରହିଥିଲେ। ୧୯୩ ସଦସ୍ୟ ଥିବା ଜାତିସଂଘ ସାଧାରଣ ସଭାରେ ପ୍ରସ୍ତାବ ସପକ୍ଷରେ ୯୩ ଦେଶ ଭୋଟ ଦେଇଥିବାବେଳେ ରୁଷିଆ, ଆମେରିକା, ଇସ୍ରାଏଲ୍‌, ହଙ୍ଗେରୀ ଆଦି ୧୮ ଦେଶ ବିରୋଧରେ ଭୋଟ ଦେଇଥିଲେ। ଭାରତ, ଚାଇନା, ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, କାତାର, କୁଏଟ୍‌, ୟୁଏଇ, ଇରାନ, ଇରାକ, ଆର୍ଜେଣ୍ଟିନା ସମେତ ୬୫ ଦେଶ ଭୋଟଦାନରୁ ବିରତ ରହିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ରୁଷିଆ ଆକ୍ରମଣକୁ ନିନ୍ଦା କରି ଅଣାଯାଇଥିବା ପ୍ରସ୍ତାବ ସପକ୍ଷରେ ୧୪୦ରୁ ଊର୍ଦ୍ଧ୍ୱ ଦେଶ ଭୋଟ ଦେଇଥିଲେ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ୩ ବର୍ଷ ମଧ୍ୟରେ ସବୁଥର ଆମେରିକା ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ରୁଷିଆକୁ ବିରୋଧ କରି ଭୋଟ ଦେଉଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ନିକଟରେ ପୁଟିନ୍‌ଙ୍କୁ ସମର୍ଥନ କରି ମନ୍ତବ୍ୟ ଦେଇଥିବାବେଳେ ଯୁଦ୍ଧ ବନ୍ଦ ପାଇଁ ରିୟାଧରେ ଅନୁଷ୍ଠିତ ବୈଠକରେ ୟୁକ୍ରେନ୍‌ ଏବଂ ୟୁରୋପର କୌଣସି ପ୍ରତିନିଧି ଉପସ୍ଥିତ ନ ଥିଲେ। ଏଥର ଭୋଟଦାନରୁ ଭାରତ ବିରତ ରହିବା ନୂଆ କଥା ନୁହେଁ। ପୂର୍ବରୁ ଯେତେଥର ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଭୋଟ ହୋଇଛି, ଭାରତ ଅନୁପସ୍ଥିତ ରହିଛି। ଉଭୟ ଆମେରିକା ଏବଂ ରୁଷିଆ ସହ ଭାରତର ରଣନୀତିକ ସହଭାଗିତା ଥିବାରୁ ଏହା କୂଟନୈତିକ ସ୍ତରରେ ସମଦୂରତ୍ୱ ରକ୍ଷାକରି ଆସିଛି।
ଯୁଦ୍ଧର ୩ ବର୍ଷ ପୂର୍ତ୍ତି ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଥିଲେ, ଏହି ଯୁଦ୍ଧ କେବଳ ୟୁରୋପ୍‌ର ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିନାହିଁ, ବରଂ ଜାତିସଂଘର ପ୍ରତିଷ୍ଠା ଓ ମୂଳ ନୀତି ପ୍ରତି ବିପଦ ଆଣିଛି। ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ‘ଦି ପାଥ୍‌ ଟୁ ପିସ୍‌’ ନାମରେ ଆମେରିକା ଏକ ପ୍ରସ୍ତାବ ଆଣିଥିଲା। ୯୩ ଭୋଟ ସହ ଉକ୍ତ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ବିପକ୍ଷରେ ୮ ଭୋଟ ପଡ଼ିଥିଲା ଏବଂ ୭୩ ସଦସ୍ୟ ଅନୁପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

ଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି, ୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଖାରିଗୁଡ଼ା ଗ୍ରାମ ଦଣ୍ଡନାଚ ମେରୁଯାତ୍ରାରେ ସୋମବାର କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ...

କଇଁଛ ଶାବକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ସ୍ବେଚ୍ଛାସେବୀ ଟିମ୍‌

ଗଞ୍ଜାମ,୧୫ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିର ବାଲୁକା ଶଯ୍ୟାରେ ବେବି ଅଲିଭ ରିଡଲେ ଅଣ୍ଡାରୁ ଜନ୍ମ ହେବା ପରେ ସମୁଦ୍ର ମୁହାଁ ହୋଇ...

ସି.ଏମ ଟ୍ରଫି ଫୁଟବଲ: ଖରମୁଣ୍ଡା ୟୁଥ ଆଥଲେଟିକ ଏସୋସିଏସନ ଚାମ୍ପିଅନ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସି. ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି। ବରଗଡ଼ ୟୁନାଇଟେଡ ସ୍ପୋର୍ଟସ...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି...

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣା: ପ୍ରତିବାଦ କଲା ଗଜପତି ବିଜେଡି

ଗଜପତି,୧୫।୪(ଗିରିଧାରୀ ପରିଛା): ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ବିଜେଡି ବିରୋଧ ପ୍ରଦର୍ଶନ କରିଛି। ମଙ୍ଗଳବାର ବଲାଙ୍ଗୀର ଜିଲା ପାଟଣାଗଡରେ ଗଜପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image