ଭାରତକୁ ଆମେରିକାର ଖୋଲା ଖୋଲି ଧମକ

ୱାଶିଂଟନ,୭ ।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ଏହି ପ୍ରସଙ୍ଗରେ ଭାରତ ଆଗକୁ ଆସୁ ବୋଲି ଆମେରିକା କହିଥିବା ବେଳେ ଭାରତ ଉପରେ ଏନେଇ ଚାପ ପକାଇବାକୁ ବି ଚେଷ୍ଟା କରିଛି । ହେଲେ ଭାରତ ନିରପେକ୍ଷ ଭାବେ ନିଜ ଚିନ୍ତାଧାରାକୁ ନେଇ ସ୍ଥିର ରହିଛି । ହେଲେ ଏବେ ଆମେରିକା ଭାରତକୁ ଖୋଲାଖୋଲି ଧମକ ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆର୍ଥିକ ପରାମର୍ଶଦାତା ବ୍ରାୟନ ଡିଜ କହିଛନ୍ତି ରୁଷିଆ ସହ ଭାରତର ସମ୍ପର୍କ ଭାରତ ପାଇଁ ମହଙ୍ଗା ପଡିପାରେ । ଡିଜ କହିଛନ୍ତି ଆମେ ଚାଇନା ଓ ଭାରତର ଏ ସମ୍ପର୍କିତ ନିଷ୍ପତ୍ତିରୁ ନିରାଶ ହୋଇଛୁ ।

Share