ଟିକ୍‌ଟକ୍‌ ବ୍ୟାନ୍‌ କରିବ ଆମେରିକା

ଓ୍ବାଶିଂଟନ,୨୨ା୩: ଚାଇନାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟିକ୍‌ଟକ୍‌କୁ ଆମେରିକା ବ୍ୟାନ୍‌ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଆପ୍‌ ଯୋଗୁ ବଢୁଥିବା ଅନ୍ତର୍ଜାତୀୟ ସୁରକ୍ଷାକୁ ନେଇ ଆମେରିକା ବହୁ ଚିନ୍ତିତ। ତେବେ ବିଶେଷଜ୍ଞମାନେ କୁହନ୍ତି, ଏହି ଆପ୍‌କୁ ନିଷିଦ୍ଧ କରିବା ପାଇଁ ଆମେରିକାକୁ ନୂତନ ନିୟମ ପ୍ରଣୟନ କରିବାକୁ ପଡ଼ିବ।

ଏହି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ, ରେଷ୍ଟ୍ରିକ୍ଟ ଆକ୍ଟ ପରି ଦ୍ୱିପାକ୍ଷିକ ବିସ୍ତୃତ ବିଲ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଚଳିତମାସରେ ଆମେରିକାର ଦୁଇ ପ୍ରଭାବଶାଳୀ ସିନେଟର ସଂସଦରେ ଏକ ପ୍ରମୁଖ ଦ୍ୱିପାକ୍ଷିକ ବିସ୍ତୃତ ବିଲ୍‌ ଆଗତ ହୋଇଛି।

ଏଥିରେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ବୃଦ୍ଧି, କ୍ୱାଡ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଏବଂ ଭାରତ-ଆମେରିକା ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସହଭାଗିତାକୁ ଗଭୀର କରିବା ବିଷୟରେ ଆଲୋଚନା ହୋଇଛି।

Share