ଉପକୃତ ହେବେ ୧୦ଲକ୍ଷରୁ ଅଧିକ ଭାରତୀୟ, ଗ୍ରୀନ କାର୍ଡଧାରୀଙ୍କ ପାଇଁ ଆମେରିକା ଘୋଷଣା କଲା…

ଓ୍ବାଶିଂଟନ୍‌,୧୪।୧୦: ଗ୍ରୀନ କାର୍ଡକୁ ଅପେକ୍ଷା କରିଥିବା କେତେକ ଅଣ-ପ୍ରବାସୀ ବର୍ଗଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପ୍ରାଧିକରଣ କାର୍ଡ ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ବାସ କରୁଥିବା ଲକ୍ଷ ଲକ୍ଷ ଭାରତୀୟ ଉପକୃତ ହେବେ। ଯୁକ୍ତରାଷ୍ଟ୍ରର ନାଗରିକତ୍ୱ ଓ ଇମିଗ୍ରେସନ ସର୍ଭିସେସ (USCIS) ଅନୁଯାୟୀ, କେତେକ ଅଣ-ନାଗରିକଙ୍କ ପାଇଁ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟ (EAD)ର ସର୍ବାଧିକ ବୈଧତା ଅବଧି ପାଞ୍ଚ ବର୍ଷକୁ ବୃଦ୍ଧି କରାଯାଉଛି।

ଫେଡେରାଲ ଏଜେନ୍ସି କହିଛନ୍ତି, ୧୦.୫ଲକ୍ଷରୁ ଅଧିକ ଭାରତୀୟ ଗ୍ରୀନ କାର୍ଡ ପାଇଁ ଅପେକ୍ଷାରେ ଅଛନ୍ତି। ଆମେରିକାରେ ସ୍ଥାୟୀ ବାସସ୍ଥାନ ପାଇଁ ବହୁ ପ୍ରତୀକ୍ଷିତ ଆଇନଗତ ଦଲିଲ ପାଇବା ପୂର୍ବରୁ ପ୍ରାୟ ୪ ଲକ୍ଷ ମୃତ୍ୟୁ ହୋଇପାରେ ବୋଲି ଆକଳନ କରାଯାଇଛି।

Share