ଆକ୍ରମଣର ପ୍ରତିଶୋଧ ନେବ ଆମେରିକା

ଓ୍ବାଶିଂଟନ,୨।୨: ଇସ୍ରାଏଲ୍‌-ହମାସ ଯୁଦ୍ଧ ଏବେ ଦୁଇ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ଉଭୟ ପକ୍ଷର ଲଢ଼େଇ ଯୋଗୁ ମଧ୍ୟପ୍ରାଚ୍ୟ ଓ ଆମେରିକା ସମେତ ୟୁରୋପରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ଲଗାତର ଭାବେ ଲୋହିତ ସାଗରରେ ବିଦେଶୀ ଜାହାଜଗୁଡ଼ିକୁ ଟାର୍ଗେଟ କରୁଥିବା ବେଳେ ସେମାନଙ୍କୁ ନିପାତ କରିବା ପାଇଁ ଆମେରିକା ପଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଜାହାଜଗୁଡ଼ିକ ଉପରେ ଡ୍ରୋନ୍‌ ଆକ୍ରମଣ କରୁଥିବା ହୁଟି ବିଦ୍ରୋହୀମାନେ ଜୋର୍ଡାନ ସୀମାରେ ୩ ଆମେରିକୀୟ ସୈନ୍ୟଙ୍କୁ ହତ୍ୟା କରିଥିଲେ। ସେମାନଙ୍କୁ ନିପାତ କରିବା ସମୟ ବର୍ତ୍ତମାନ ଆସିଛି।

ପ୍ରକାଶ ଯେ, ଗତ ରବିବାର ସିରିଆ ସୀମାବର୍ତ୍ତୀ ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ ହେବାରୁ ୩ ସୈନ୍ୟ ନିହତ ହେବା ସହ ୩୪ ଆହତ ହୋଇଥିଲେ। ସିରିଆ ଏବଂ ଇରାକ୍‌ରେ ସକ୍ରିୟ ଥିବା ଇରାନ ସମର୍ଥତ୍ତ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ। ଗାଜାରେ ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ୍‌ ଯୁଦ୍ଧ ଚଳାଇଥିବା ବେଳେ ମଧ୍ୟପ୍ରାଚ୍ୟରେ ପ୍ରଥମ ଥର ପାଇଁ ଆମେରିକା ସୈନ୍ୟ ନିହତ ହୋଇଥିଲେ। ଆମେରିକା ସେନା ଜୋର୍ଡାନକୁ ଏହାର ବେସିଂ ପଏଣ୍ଟ ଭାବେ ବ୍ୟବହାର କରିଆସୁଛି। ସେଠାରେ ପ୍ରାୟ ୩,୦୦୦ ଆମେରିକୀୟ ସୈନ୍ୟ ରହିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ୍‌ ହମାସ ଯୁଦ୍ଧ ଆରମ୍ଭ ହେବା ପରଠୁ ଇରାନ ସମର୍ଥତ୍ତ ଆତଙ୍କବାଦୀମାନେ ଇରାକ ଓ ସିରିଆରେ ଥିବା ଆମେରିକା ସେନା ଘାଟି ଉପରେ ଅନୂ୍ୟନ ୧୬୬ ଥର ରକେଟ, ମିଶାଇଲ ଓ ଡ୍ରୋନ୍‌ ଆକ୍ରମଣ କଲେଣି। ଆମେରିକା ମଧ୍ୟ ୟେମେନରେ ହୁଟିଙ୍କୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri