ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ

ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍‌ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ ଗତବର୍ଷର ସାଟେଲାଇଟ୍‌ ଫଟୋ ସାହାଯ୍ୟରେ ଆମେରିକା ଏହି ନୂତନ ସୂଚନାକୁ ସାର୍ବଜନୀନ କରିଛି। ଏହି ରିପୋର୍ଟରେ ଦର୍ଶାଯାଇଛି, ଚାଇନା ପରମାଣୁ ଅସ୍ତ୍ରଶସ୍ତ୍ରକୁ ନାଟକୀୟ ଭାବେ ବୃଦ୍ଧି କରୁଛି।

ରିପୋର୍ଟ ଅନୁଯାୟୀ, ଆଣବିକ ଅସ୍ତ୍ର ସମ୍ବନ୍ଧରେ ଚାଇନା ତା’ର ଆଭିମୁଖ୍ୟ ବିସ୍ତାର କରୁଛି। ଅକ୍ଟୋବରରେ ପିପୁଲ୍ସ ଲିବରେଶନ ଆର୍ମି (PLA) ଏକ ସ୍ପେସ ଆଧାରିତ ଆଣବିକ ଅସ୍ତ୍ର ପରୀକ୍ଷା କରିଥିଲା। ଏହା ମଧ୍ୟ ସୂଚାଇ ଦେଇଛି ଯେ, ଆମେରିକାର ସୀମିତ କ୍ଷମତା ବିଶିଷ୍ଟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ପ୍ରତିହତ କରିବା ପାଇଁ ଏହା ଅନ୍ୟ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ କାର୍ଯ୍ୟ କରୁଛି।

ଚାଇନା ସର୍ବଦା ରୁଷିଆ ଏବଂ ଆମେରିକା ଅପେକ୍ଷା ଛୋଟ ଆଣବିକ ଅସ୍ତ୍ର ତିଆରି କରିଆସୁଛି। ଚାଇନା ଏହାକୁ ସର୍ବନିମ୍ନ ନିରାକରଣର କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ବୋଲି କହିଛି। ଅର୍ଥାତ୍‌ ପ୍ରତିବାଦ ପାଇଁ ଚାଇନା ପାଖରେ ପର୍ଯ୍ୟାପ୍ତ ପରମାଣୁ ଅସ୍ତ୍ର ଅଛି। ଚାଇନା ଆଣବିକ ଅସ୍ତ୍ର ନୀତି ନାହିଁ। ତାହା ହେଉଛି ସେ ପ୍ରଥମେ ଏହାକୁ ବ୍ୟବହାର କରିବ ନାହିଁ ଏବଂ କେବଳ ପ୍ରତିଶୋଧରେ କରିବ। ତେଣୁ ବର୍ତ୍ତମାନ ସମୟରେ ଚାଇନା ଆଣବିକ ଅସ୍ତ୍ରଶସ୍ତ୍ରର ଷ୍ଟକ୍‌ ବୃଦ୍ଧି କରିବା ଦ୍ୱାରା ଏହାର ନୀତି ଉପରେ ବିଶ୍ୱର ସନ୍ଦେହ ବଢ଼ିଛି।

Share