ଇରାନ କ୍ଷେପଣାସ୍ତ୍ର ପାଇଁ ଆମେରିକା ଚିନ୍ତିତ

ତେହରାନ,୯ା୨: ୨୦୧୫ ପରମାଣୁ ଚୁକ୍ତିନାମାକୁ ରକ୍ଷା କରିବାକୁ ଯାଇ ଭିଏନାରେ ଆମେରିକା ସହ ଆଲୋଚନା ଆରମ୍ଭ ହେବାର ଗୋଟିଏ ଦିନ ପରେ ଇରାନ ଏକ ନୂତନ କ୍ଷେପଣାସ୍ତ୍ର ଲଞ୍ଚ୍‌ କରିଛି। ଯାହାକୁ ନେଇ ଆମେରିକା ଚିନ୍ତାରେ ପଡ଼ିଛି। ବୁଧବାର ଏହି ବାଲିଷ୍ଟିକ କ୍ଷେପଣାସ୍ତ୍ରର ଷ୍ଟ୍ରାଇକ ରେଞ୍ଜ ୧,୪୫୦ କିଲୋମିଟର ବୋଲି ଏକ ରିପୋର୍ଟରେ କୁହାଯାଇଛି। ଇରାନ କହିଛି, ଏହାର ମଧ୍ୟ ୨୦୦୦ କିଲୋମିଟର ଦୂରତା ବିଶିଷ୍ଟ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଛି, ଯାହା ଏହି ଅଞ୍ଚଳର ଉଭୟ ଆମେରିକାର ସାମରିକ ବେସ ଏବଂ ଇସ୍ରାଏଲ ମଧ୍ୟରେ ଯେକୌଣସି ସ୍ଥାନରେ ଆକ୍ରମଣ କରିପାରିବ।

‘ଇସ୍‌ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)ର ଜଣେ ବରିଷ୍ଠ ସାମରିକ ନେତା ଏହି ମିସାଇଲ ବେସ୍‌ ପରିଦର୍ଶନ କରିବାବେଳେ ଏହି ନୂତନ କ୍ଷେପଣାସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଏହା ହେଉଛି ତୃତୀୟ କ୍ଷେପଣାସ୍ତ୍ର। ଯାହା ଆଇଆର୍‌ଜିସି ଦ୍ୱାରା ବିକଶିତ ହୋଇଛି । ଶୁଷ୍କ ଇନ୍ଧନ ଦ୍ୱାରା ଚାଳିତ ଏହି ଉଚ୍ଚ ଗତିଶୀଳ କ୍ଷେପଣାସ୍ତ୍ର ପଡ଼ିଆରେ ପ୍ରବେଶ କରିବାରେ ସକ୍ଷମ। ସମାନ ଶ୍ରେଣୀର କ୍ଷେପଣାସ୍ତ୍ରର ଏକ ତୃତୀୟାଂଶ ଓଜନ ବିଶିଷ୍ଟ ‘ଖାଇବର ଶେକନ’ର ଏକ ଉନ୍ନତ ସଂସ୍କରଣ।

Share