କିମ୍‌-ପୁଟିନ ଭେଟ ନେଇ ଚିନ୍ତାରେ ଆମେରିକା…

ଓ୍ବାଶିଂଟନ,୧୪।୯: ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଆମେରିକା ନିନ୍ଦା କରିଛି। ଚିନ୍ତାଗ୍ରସ୍ତ ଆମେରିକା ଉଭୟ ଦେଶକୁ ଚେତାବନୀ ଦେଇଛି।

ଆମେରିକା ବୈଦେଶିକ ବିଭାଗ କହିଛି ଯଦି ରୁଷିଆ ଏବଂ ଉତ୍ତର କୋରିଆ ମଧ୍ୟରେ କୌଣସି ପ୍ରକାର ଅସ୍ତ୍ର ଚୁକ୍ତି ସ୍ବାକ୍ଷରିତ ହୁଏ, ତେବେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ସେମାନଙ୍କ ଉପରେ ନୂତନ ତଥା ଅଧିକ କଟକଣା ଲାଗୁ କରିବାକୁ ପଛଘୁଞ୍ଚା ଦେବ ନାହିଁ।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ମଧ୍ୟରେ ହୋଇଥିବାବୈଠକକୁ ନେଇ ଚେତାବନୀ ଦେଇଛନ୍ତି। ମାଥ୍ୟୁ ମିଲର ଦୁଇ ନେତାଙ୍କ ବୈଠକ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି।
ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମିଲର କହିଛନ୍ତି

ଉତ୍ତର କୋରିଆ ଏବଂ ରୁଷିଆ ମଧ୍ୟରେ ଅସ୍ତ୍ର ବିକ୍ରିରେ ଏକ ଭୂମିକା ଗ୍ରହଣ କରିଥିବା ସଂସ୍ଥା ବିରୋଧରେ ଆମେ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଏହା ବ୍ୟତୀତ, ଆବଶ୍ୟକ ହେଲେ ଆମେ ଅତିରିକ୍ତ ପ୍ରତିବନ୍ଧକ ଲଗାଇବାରେ ବିଳମ୍ବ କରିବୁ ନାହିଁ ।

ଆମେରିକାର ଅଧିକାରୀ ଏହାକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିର ଉଲ୍ଲଂଘନ ବୋଲି କହିଛନ୍ତି। ସେ କହିଛନ୍ତି ରୁଷିଆ ଏବଂ ଉତ୍ତର କୋରିଆ ସେମାନଙ୍କର ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରୁଛନ୍ତି, ଯାହା ଜାତିସଂଘର ନିଷ୍ପତ୍ତିକୁ ଅଟକାଇବ।

Share