ମୁମ୍ବାଇ: ଓସ୍କାର ୨୦୨୩ର ଆୟୋଜନ ହେବାକୁ ଯାଉଛି । ଏହି ଏକାଡେମୀ ପୁରସ୍କାରକୁ ନେଇ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏଥର ଭାରତରେ ବି ଅଧିକାଂଶ ଲୋକେ ଏହି ଆୱାର୍ଡ ଫଙ୍କସନକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । କାରଣ ‘ଆରଆରଆର’ର ଗୀତ ‘ନାଟୁ ନାଟୁ’କୁ ବେଷ୍ଟ ଅରିଜନାଲ ସଙ୍ଗ କାଟାଗୋରୀରେ ନୋମିନେଟ କରାଯାଇଛି । ବିଦେଶରେ ବି ଏହି ଗୀତ ଧୁମ ମଚାଇଛି । ଶୁଣିବାକୁ ମିଳୁଥିଲା କି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଏହି ଗୀତରେ ରାମ ଚରଣ ଓ ଜୁନିୟର ଏନଟିଆର ପରଫର୍ମ କରିବେ । ହେଲେ ଏବେ ଜଣାପଡିଛି କି ଏହି ଗୀତରେ ଜଣେ ସୁନ୍ଦରୀ ତରୁଣୀ ଡ୍ୟାନ୍ସର ଜଲୱା ଦେଖାଇବେ ।
ସୂଚନାଯୋଗ୍ୟ, ଟେଳିଭିଜନ ଡ୍ୟାନ୍ସ ରିୟଲିଟି ଶୋ’ ‘ଝଲକ ଦିଖଲା ଝା’ରେ ନିଜର ଡ୍ୟାନ୍ସର ଜଲୱା ଦେଖାଇଥିବା ଆମେରିକାନ ଡ୍ୟାନ୍ସର ଲୌରେନ ଗାଁଟଲିବ ୧୨ ମାର୍ଚ୍ଚରେ ‘ଆରଆରଆର’ ଗୀତ ‘ନାଟୁ ନାଟୁ’ରେ ଡ୍ୟାନ୍ସ ଫରଫର୍ମ କରିବେ । ଏହି ସୂଚନା ନିଜେ ଲୌରେନ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି । ଅଭିନେତ୍ରୀ ତାଙ୍କ ପୋଷ୍ଟ ସହ କ୍ୟାପଶନରେ ଲେଖିଛନ୍ତି, ଖୁସ ଖବର!!! ମୁଁ ଓସ୍କାରରେ ‘ନାଟୁ ନାଟୁ’ରେ ପରଫର୍ମ କରୁଛି । ମୁଁ ବିଶ୍ୱର ସବୁଠାରୁ ପ୍ରେଷ୍ଟିଜିୟସ ଷ୍ଟେଜରେ ଭାରତର ରିପ୍ରେଜେଣ୍ଟ କରିବାକୁ ଯାଉଥିବାରୁ ଖୁବ ଏକ୍ସାଇଟେଡ ଅଛି, ମୋତେ ଶୁଭକାମନା ଦିଅନ୍ତୁ ।