Advertisement

ଉଡିବା ଅବସ୍ଥାରେ ହଠାତ୍‌ ୧୫ ହଜାର ଫୁଟ ତଳକୁ ଖସିଗଲା ଆମେରିକା ଏୟାରଲାଇନ୍ସର ବିମାନ

ଟାଲୋହାସି,୧୩।୮: ଆମେରିକା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। କ୍ୟାବିନ ପ୍ରେସର କମ ହେବା କାରଣରୁ ବିମାନଟି ମାତ୍ର ୩ ମିନିଟରେ ୧୫,୦୦୦ଫୁଟ ତଳକୁ ଖସି ଯାଇଥିଲା। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭିତ ହୋଇଯାଇଥିଲେ। ଆମେରିକା ନ୍ୟୁଜ ଚ୍ୟାନେଲ ଫକ୍ସ ୩୫ ନ୍ୟୁଜ ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନର ପ୍ରବକ୍ତାଙ୍କ ସୂତ୍ରର ସୂଚନା ଅନୁଯାୟୀ କହିଛି, ବିମାନଟି ଆମେରିକାର ଉତ୍ତର କ୍ୟାରୋଲିନାର ଚାର୍ଲୋଟରୁ ଗେନ୍ସଭିଲେ ଯାଉଥିଲା।
ଫ୍ଳୋରିଡା ବିଶ୍ୱବିଦ୍ୟାଳୟର ପ୍ରଫେସର ହ୍ୟାରିସନ ହୋବ ସେହି ବିମାନରେ ଯାତ୍ରା କରୁଥିଲେ। ସେ ସୋସିଆଲ ମିଡିଆରେ ବିମାନ ଖସିବା ସମୟର ଅନୁଭୁତି ସେୟାର କରିଛନ୍ତି। ସେ ଲେଖିଛନ୍ତି, ମୁଁ ବହୁବାର ବିମାନରେ ଯାତ୍ରା କରିଛି ହେଲେ ଏହି ଯାତ୍ରା ଖୁବ ଭୟଙ୍କର ଥିଲା। ସେ ଏହାର କିଛି ଫଟୋ ବି ଶେୟାର କରିଛନ୍ତି। ପ୍ରଫେସର ହ୍ୟାରିସନ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ବିମାନ ଭିତରେ ଅକ୍ସିଜେନ ମାସ୍କ ପିନ୍ଧିଥିବା ଦେଖାଯାଇଛି। ଅନ୍ୟ ଯାତ୍ରୀମାନେ ବି ଅକ୍ସିଜେନ ମାସ୍କ ମାଧ୍ୟମରେ ନିଶ୍ୱାସ ନେଉଥିବା ଦେଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share