ଘରେ ପଶି ମହିଳାଙ୍କ ପାଦ ଘଷୁଥିବା ଆମେରିକୀୟ ଗିରଫ

ଓ୍ବାଶିଂଟନ,୬।୮: ଘରେ ପଶି ଶୋଇଥିବା ମହିଳାମାନଙ୍କ ପାଦ ଘଷୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆମେରିକାର ନେଭାଡ଼ାରୁ ଗିରଫ କରିଛି। ମାର୍କ ଆନ୍ଥୋନୀ ଗୋଞ୍ଜାଲେସ୍‌ (୨୬) ନାମକ ଏହି ଯୁବକ ଅତୀତରେ ମଧ୍ୟ ଅନୁରୂପ ଅପରାଧ କରିଥିବା ଡୁଗ୍‌ଲାସ୍‌ କାଉଣ୍ଟି ଶେରିଫ୍‌ ବିଭାଗ ପକ୍ଷରୁ କୁହାଯାଇଛି। ଜୁଲାଇ ୧ରୁ ୩ ମଧ୍ୟରେ ସେ ଦୁଇଟି ଷ୍ଟେଟ୍‌ଲାଇନ ରିସର୍ଟରେ ପ୍ରବେଶକରି ଭୋର ସମୟରେ ଲକ୍‌ ହୋଇ ନ ଥିବା ରୁମ୍‌ରେ ମହିଳାଙ୍କ ପାଦ ଘଷିଥିଲେ। ସେହି ମହିଳାମାନେ ଉଠିପଡ଼ିବାରୁ ଗୋଞ୍ଜାଲେସ୍‌ ସେଠାରୁ ପଳାଇଯାଇଥିଲେ। ପୂର୍ବରୁ କାଲିଫର୍ନିଆର ଅଟଓ୍ବାଟର/ମେର୍ସେଡ୍‌ କାଉଣ୍ଟି ଅଞ୍ଚଳରେ ସେ ମହିଳାଙ୍କ ଜୋତା ଚୋରି କରିବା ଏବଂ ଯୌନ ଆତ୍ମସନ୍ତୁଷ୍ଟି ପାଇଁ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିଲେ। ଗତ ୧ ତାରିଖରେ ତାଙ୍କୁ ପୋଲିସ ଗିରଫ କରିଛି। ଦୋଷୀସାବ୍ୟସ୍ତ ହେଲେ ତାଙ୍କୁ ବେଆଇନ ଭାବେ ଘରେ ପଶିବା ଓ ଆପରାଧିକ କାର୍ଯ୍ୟ କରିବା ମାମଲାରେ ୨ କାଉଣ୍ଟ ଲେଖାଏ ଜେଲଦଣ୍ଡ ହୋଇପାରେ।

Share