କେବଳ ଇସ୍ରାଏଲବାସୀ ନୁହନ୍ତି ଅନ୍ୟଦେଶର ଲୋକଙ୍କୁ ହତ୍ୟା କରୁଛି ହମାସ୍‌

ତେଲ ଅଭିଭ,୧୧।୧୦: ପାଲେଷ୍ଟାଇନର ଆତଙ୍କବାଦୀ ହମାସଙ୍କ ବର୍ବରତା ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଯୁଦ୍ଧର ପଞ୍ଚମ ଦିନରେ ଆକ୍ରମଣରେ ସୈନିକଙ୍କ ସମେତ ଅନେକ ସାଧାରଣ ଜନତାଙ୍କୁ ହତ୍ୟା କରାଯାଉଛି। ଏଥିସହ ବହୁଜଣଙ୍କୁ ବନ୍ଧକ ରଖାଯାଇଛି। ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲରେ ଫଶି ରହିଥିବା ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ହମାସ୍‌ ଆମେରିକା, ବ୍ରିଟେନ ଓ ୟୁକେ ସମେତ ଅନେକ ଦେଶର ନାଗରିକଙ୍କୁ ହତ୍ୟା କରିବା ସହିତ ସେମାନଙ୍କୁ ବନ୍ଧକ ରଖୁଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହମାସ୍‌ର ଏହି କାର୍ଯ୍ୟକୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହିତ ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ଯାଏଁ ଥାଇଲ୍ୟାଣ୍ଡର ୧୮ଜଣ, ଆମେରିକାର ୧୪ଜଣ, ନେପାଳର ୧୦ଜଣ, ଫ୍ରାନ୍ସର ୮ଜଣ, ଆର୍ଜେଣ୍ଟିନାର ୭ଜଣ, ଋଷିଆର ୪ଜଣ, ୟୁକ୍ରେନର ୨ଜଣ, କାନାଡାର ଜଣେ, କାମ୍ବୋଡିଆର ଜଣେ, ଜର୍ମାନୀର ଏକାଧିକ ବନ୍ଧକ, ଫିଲିପାଇନ୍ସର ୫ଜଣ, ପେରୁର ୨ଜଣ ମୃତ, ଅଷ୍ଟ୍ରିଆର ୩ଜଣ ନିଖୋଜ, ବ୍ରାଜିଲର ୨ଜଣ, ଇଟାଲୀର ୨ଜଣ, ଶ୍ରୀଲଙ୍କାର ୨ଜଣ, ତାଞ୍ଜାନିଆର ୨ଜଣ ନିଖୋଜ, ମେକ୍ସିକୋର ୨ଜଣ ବନ୍ଧକ ଅଛନ୍ତି।

Share