ଟଙ୍କା ଦେଇ କେସ୍‌ ବନ୍ଦ କରିବାକୁ ଚାହୁଁଥିଲା ଜନସନ ଆଣ୍ଡ ଜନସନ କମ୍ପାନୀ, ଭର୍ତ୍ସନା କଲେ କୋର୍ଟ

ଓ୍ବାଶିଂଟନ୍‌,୩୦।୬:ଜନସନ ଆଣ୍ଡ ଜନସନ କମ୍ପାନୀର ଟାଲକମ୍‌ ପାଉଡର ଏବଂ ଉତ୍ପାଦରେ କ୍ଷତିକାରକ କାରକ ରହିଛି। ଯାହା କ୍ୟାନସର ସୃଷ୍ଟିକାରୀ ବୋଲି ଏହି କମ୍ପାନୀକୁ ବ୍ୟାନ୍‌ ଲଗାଇବା ନେଇ ଦାବି କରାଯାଉଛି। ତେବେ କମ୍ପାନୀ ନାଁରେ ହଜାର ହଜାର ମକଦ୍ଦମା କୋର୍ଟରେ ଦାୟର କରାଯାଇଛି। ତେବେ ନିଜ ଉପରେ ଲାଗିଥିବା ଆରୋପକୁ ରଫା ଦଫା କରିବା ପାଇଁ କମ୍ପାନୀ ହାତଗୁଞ୍ଜା ଦେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କମ୍ପାନୀକୁ ଭର୍ତ୍ସନା କରିଛନ୍ତି ଆମେରିକାର ଏକ କୋର୍ଟ। କମ୍ପାନୀ ପକ୍ଷରୁ ଲୁଚାଛପାରେ କୋର୍ଟରେ କେସ୍‌ ବନ୍ଦ କରିବା ପାଇଁ ୮୯୦ କୋଟି ଆମେରିକୀୟ ଡଲାର (ପ୍ରାୟ 73 ହଜାର କୋଟି) ଦିଆଯାଇଛି।

Share