ଜନସନ ଆଣ୍ଡ ଜନସନ: କୋର୍ଟ କହିଲେ ପାଉଡର ଯୋଗୁ ହୋଇଛି କ୍ୟାନସର, ପୀଡ଼ିତ ପାଇବେ ୧୫୪ କୋଟି ଟଙ୍କାର କ୍ଷତିପୂରଣ

ଓ୍ବାଶିଂଟନ,୨୦।୭: ଜନସନ ଆଣ୍ଡ ଜନସନକୁ କାଲିଫର୍ନିଆର ଜଣେ କ୍ୟାନସର ପୀଡ଼ିତଙ୍କୁ ୧୫୪ କୋଟି ଟଙ୍କର କ୍ଷତି ପୂଣ ଦେବାକୁ ପଡିବ। ଆମେରିକାର ଓକଲ୍ୟାଣ୍ଡ ଡିଫଲ୍ଟ ଷ୍ଟେଟ କୋର୍ଟ କମ୍ପାନୀକୁ କାଲିଫର୍ନିଆର ଜଣେ ବ୍ୟକ୍ତିଙ୍କୁ ଜନସନ ଆଣ୍ଡ ଜନସନ ବେବି ଟାଲକମ ପାଉଡରରୁ କର୍କଟ ରୋଗ ଘଟାଇଥିବା ଅଭିଯୋଗକୁ ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୀଡିତ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଶିଶୁ ପାଉଡର ଦ୍ୱାରା ତାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଛି।
ମଙ୍ଗଳବାର କୋର୍ଟ କହିଛନ୍ତି ଯେ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରି ଆନ୍ଥୋନି ହର୍ଣ୍ଣାଡିଜ ଭାଲାଡେଜ(୨୪) ମେସୋଥେଲିଓମା ନାମକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ହର୍ଣ୍ଣାଡିଜ କହଇଥିଲେ କି ସେ ପିଲାଦିନରୁ କମ୍ପାନୀର ଟାଲକମ ପାଉଡର ବ୍ୟବହାର କରିବା ଦ୍ୱାରା ତାଙ୍କ ଛାତି ନିକଟରେ ମେସୋଥେଲିଓମା କର୍କଟ ରୋଗ ହୋଇଥିଲା। ଅତୀତରେ ଜନସନ ଆଣ୍ଡ ଜନସନ ଉତ୍ପାଦ ସମ୍ବନ୍ଧରେ ଅନେକ ମାମଲା ରହିଛି ଯେଉଁଥିରେ କମ୍ପାନୀକୁ କ୍ଷତିପୂରଣ ଦେବାକୁ ପଡିବ।
ଜନସନ ଆଣ୍ଡ ଜନସନର ଅଧିକାରୀ କହିଛନ୍ତି ଯେ କମ୍ପାନୀର ବେବି ପାଉଡର ସ୍ପେଶାଲ ଧଳା ବୋତଲରେ ବିକ୍ରି ହେଉଛି। ଏହିପରି, ଏଥିରେ କଦାପି ଆଜବେଷ୍ଟସ ନ ଥାଏ। ଏହା ନିରାପଦ ଏବଂ କର୍କଟ ରୋଗ ସୃଷ୍ଟି କରିପାରିବ ନାହିଁ। ଅଧିକାରୀମାନେ କହିଛନ୍ତି ଯେ ଆଇନଗତ ମକଦ୍ଦମା ତଥା ଖର୍ଚ୍ଚରେ କୋଟି କୋଟି ମକଦ୍ଦମାକୁ ଏଡାଇବା ପାଇଁ ସେମାନେ ସମାଧାନ ଚାହୁଁଛନ୍ତି।

Share