ରୁଷିଆ-ବେଲାରୁସରେ ସମସ୍ତ ସେବା ବନ୍ଦ କଲା ଆମେରିକାନ ଏକ୍ସପ୍ରେସ୍‌

ୱାଶିଂଟନ,୭ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ଉପରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଗଲାଣି । ଏହାପରେ ବି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ଏବେ ରୁଷିଆ ଓ ଏହାର ସହଯୋଗୀ ବେଲାରୁସ ଉପରେ ଆର୍ଥିକ ପ୍ରତିବନ୍ଦକ ଲଗାଇବାକୁ ଯାଇ ଆମେରିକା କ୍ରେଡିଟ କାର୍ଡ କମ୍ପାନୀ ଆମେରିକାନ ଏକ୍ସପ୍ରେସ୍ ଏହାର ସମସ୍ତ ସେବାକୁ ବନ୍ଦ କରି ଦେଇଛି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବିରୋଧ କରି ୟୁରୋପୀୟ ଶେ ସହ ଏହି ÷ାମେରିକୀୟ କମ୍ପାନୀ ମିଶି ଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି କି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଦେଖି ଆମେରିକାନ ଏକ୍ସପ୍ରେସ୍ ରୁଷିଆରେ ଏହାର ସମସ୍ତ ସେବାକୁ ବନ୍ଦ କରି ଦେଇଛି । ଏହାସହ କମ୍ପାନୀ ବେଲାରୁସରେ ବି ସମସ୍ତ ସେବା ବନ୍ଦ କରି ଦେଇଛି । ଅନ୍ୟପଟେ ରୁଷିଆ ସହ ଆର୍ଥିକ କାରବାର ବନ୍ଦ କରିବାକୁ ଯାଇ ମାଷ୍ଟରକାର୍ଡ ଓ ଭିଜା ସେମାନଙ୍କର ସେବା ବନ୍ଦ କରି ଦେଇଛନ୍ତି ।

Share