ଚାଇନାର ଡେଙ୍ଗ ଭଳି ଭାରତକୁ ଆର୍ଥିକ ମହାଶକ୍ତି ଭାବେ ପ୍ରସ୍ତୁତ କରୁଛନ୍ତି ମୋଦି, ଆମେରିକା ନିବେଶକ ତଥା ଲେଖକ ଡାଲିଓଙ୍କ ଦାବି

ଓ୍ବାଶିଂଟନ,୧୯।୯: ଆମେରିକାର ପ୍ରସିଦ୍ଧ ନିବେଶକ ତଥା ଲେଖକ ରାଇ ଡାଲିଓ କହିଛନ୍ତି ଯେ ୧୯୭୮ ରୁ ୧୯୮୯ ମଧ୍ୟରେ ଚାଇନାରେ ଅର୍ଥନୈତିକ ବିପ୍ଳବ ସୃଷ୍ଟି କରି ଚାଇନା ଏକ ଶିଳ୍ପ ଅର୍ଥନୀତିରେ ପରିଣତ କରିବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଏକ ଅର୍ଥନୈତିକ ଶକ୍ତି ଭାବରେ ପରିଣତ କରିବାକୁ ଯାଉଛନ୍ତି। ଏହା ସହିତ ଡାଲିଓ ଦାବି କରିଛନ୍ତି ଯେ ଆଗାମୀ ଦଶନ୍ଧିରେ ସମଗ୍ର ବିଶ୍ୱରେ ଭାରତର ଅଭିବୃଦ୍ଧି ହାର ସର୍ବାଧିକ ହେବ। ବାସ୍ତବରେ, ଡେଙ୍ଗକୁ ଚାଇନାର ଅର୍ଥନୀତିକୁ ବିଦେଶୀ ନିବେଶକଙ୍କ ପାଇଁ ଖୋଲିବା ଏବଂ ବ୍ୟାପକ ସଂସ୍କାର ଆଣିବା ପାଇଁ ଶ୍ରେୟ ଦିଆଯାଇଛି, ଯେହେତୁ ସେ ଦେଶରେ ଏକ ବଜାର ଅର୍ଥନୀତି ଏବଂ ପୁଞ୍ଜିପତି ଭଳି ଉଦ୍ୟୋଗ ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ।

ବିଶ୍ୱର ଶ୍ରେଷ୍ଠ ୨୨ ଅର୍ଥନୀତିର ଅଭିବୃଦ୍ଧି ହାର ପାଇଁ ଆମର ପୂର୍ବାନୁମାନ ରହିଛି, ଭାରତ ଶୀର୍ଷରେ ଅଛି ବୋଲି ରେସ ଡାଲିଓ ୨୦୨୩ରେ ଲସ ଆଞ୍ଜେଲ୍ସର ୟୁସିଏଲଏ କ୍ୟାମ୍ପସରେ ଅଲ-ଇନ ସମ୍ମିଳନୀରେ ଏକ ପୋଡକାଷ୍ଟରେ କହିଛନ୍ତି। ଭାରତ ବର୍ତ୍ତମାନ ସେହି ସ୍ଥାନରେ ଅଛି ଯେଉଁଠାରେ ଚାଇନା ପୂର୍ବରୁ ଥିଲା। ଡାଲିଓ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଭାରତ ପାଇଁ ଡେଙ୍ଗଙ୍କ ପରି, ଯାହାର ବୃହତ ସଂସ୍କାର, ଅଭିବୃଦ୍ଧି, ସୃଜନଶୀଳତା ଭଳି ସମସ୍ତ ଉପାଦାନ ରହିଛି, ତଥାପି ଭାରତକୁ ଅନେକ ବିପଦପୂର୍ଣ୍ଣ ପ୍ରସଙ୍ଗ ସାମ୍ନା କରିବାକୁ ପଡିବ। ଅଲ-ଇନ ପୋଡକାଷ୍ଟ ଦ୍ୱାରା ଚାମଥ ପଲିହାପିଟିଆ, ଜେସନ କାଲାକାନିସ, ଡେଭିଡ ସ୍ୟାକ୍ସ ଏବଂ ଡେଭିଡ ଫ୍ରିଡବର୍ଗଙ୍କ ସମେତ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା।

Share