କାମରେ ଆସିଲା ସ୍ମାର୍ଟ ୱାଚ୍ ଏବଂ ମୋବାଇଲ, ହମାସ ଆକ୍ରମଣରେ ମୃତ ଝିଅକୁ କିପରି ଖୋଜିଲେ ବ୍ୟକ୍ତି ଜାଣନ୍ତୁ

ନୂଆଦିଲ୍ଲୀ,୧୭।୧୦: ଇସ୍ରାଏଲରେ ଆତର୍କିତ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ଅନେକ ନିରୀହ ନାଗରିକ ମାନଙ୍କୁ ହତ୍ୟା କରିଛନ୍ତି। ଏଥିରେ ଅନେକ ଇସ୍ରାଏଲଇ ଏବଂ ବିଦେଶୀ ନାଗରିକ ରହିଛନ୍ତି। ଏହି ଯୁଦ୍ଧ ମଧ୍ୟରେ ଆମେରିକାର ଜଣେ ବ୍ୟକ୍ତି ନିଜର ମୃତ ଝିଅକୁ ଖୋଜିବା ପାଇଁ ଆପଲ ସ୍ମାର୍ଟ ୱାଚ୍ ବ୍ୟବହାର କରି ସଫଳ ହୋଇଛନ୍ତି।

ସିଏନଏନ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଏକ ସଂଗୀତ କାର୍ଯ୍ୟକ୍ରମରେ ହମାସ ସମୂହ ଆତଙ୍କୀମାନେ ହତ୍ୟା କରିଥିବା ଜଣେ ଇସ୍ରାଏଲଇ-ଆମେରିକୀୟ ମହିଳାଙ୍କର ପିତା ଝିଅର ଶବ ଖୋଜିବା ପାଇଁ ଆପଲ ସ୍ମାର୍ଟ ୱାଚ୍ ଏବଂ ମୋବାଇଲରେ ଥିବା ଟ୍ରାକିଂ ଫିଚର ବ୍ୟବହାର କରିଥିଲେ।

ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ପ୍ରଥମେ ଭାବିଥିଲେ କି ଡକାୟତମାନେ ତାଙ୍କର ୨୪ ବର୍ଷୀୟ ଝିଅକୁ ଅପହରଣ କରି ନେଇଛନ୍ତି। ତେବେ ୧୧ ଅକ୍ଟୋବରକୁ ତାଙ୍କୁ ଏହା ଜଣା ପଡିଥିଲା କି ଝିଅ ଡାନିଏଲ ଏବଂ ତାଙ୍କର ପ୍ରେମିକ ନାମ ସାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରି ଦେଇଛନ୍ତି।

ଏକ ସାକ୍ଷାତକାରରେ ବ୍ୟକ୍ତି ଜଣ କହିଥିଲେ ଯେ, ଇସ୍ରାଏଲରେ ପହଂଚିବା ପରେ ସେମାନେ ତାଙ୍କର ଝିଅ ବ୍ୟବହାର କରିଥିବା କାରକୁ ଖୋଜିଥିଲେ, ଯେଉଁଥିରେ ସେ ତାଙ୍କର ପ୍ରେମିକ ସହିତ ଲୁଚିରହିଥିଲେ। ପ୍ରଥମେ କାର ମିଳିବା ପରେ ସେଠାରୁ କିଛି ଜିନିଷ ମଧ୍ୟ ସେମାନଙ୍କର ମିଳିଥିଲା। ତେବେ ଡାନିଏଲଙ୍କ ଫୋନରେ କ୍ରାସ୍ କଲ ସୁବିଧା ଥିଲା, ଯେଉଁଥିରୁ ତାଙ୍କର ପରିବାର ଲୋକଙ୍କୁ ଫୋନ ଯାଇଥିଲା।

ଏହାପରେ ବୋଲଡମ୍ୟାନ ନାମକ ବ୍ୟକ୍ତି ଜଣକ କହିଥିଲେ କି ”ଶେଷ ଥର କଥା ହେବା ସମୟରେ ଝିଅ ଡାନିଏଲ କହିଥିଲା କି ‘ଖୁବଶୀଘ୍ର ଦୁହେଁ ବିବାହ କରିବାକୁ ଯୋଜନା କରୁଛନ୍ତି, କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଏକ ସାଙ୍ଗରେ ସମାଧି ଦିଆଯିବ।”

Share