ଲୋକପ୍ରିୟ ଅଭିନେତାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୨୭।୫: ଆମେରିକୀୟ ଅଭିନେତା ଜନି ଓ୍ବାକ୍ଟରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଓ୍ବାକ୍ଟର ଅନେକ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ। ଓ୍ବାକ୍ଟରଙ୍କ ମା’ ମଧ୍ୟ ତାଙ୍କ ପୁଅର ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।
ଓ୍ବାକ୍ଟର ନିଜ ସାଙ୍ଗମାନଙ୍କ ସହ ଆଉଟିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା। ତାଙ୍କ କାର ନିକଟରେ ତିନି ଜଣ ଅଜ୍ଞାତ ବ୍ୟକ୍ତି ଉପସ୍ଥିତ ଥିଲେ ଏବଂ ଅଭିନେତାଙ୍କ କାରରୁ କନଭର୍ଟର ଚୋରି କରିବାକୁ ଚେଷ୍ଟା କରୁଥିଲେ। ଏହି ମୁହୂର୍ତ୍ତରେ ସେ ଅଭିନେତାଙ୍କୁ ଗୁଳି କରିଥିଲେ।
ଓ୍ବାକ୍ଟର ତାଙ୍କ କ୍ୟାରିୟରରେ ସାଇବେରିଆ ଆଣ୍ଡ୍‌ କ୍ରିମିନାଲ୍‌ ମାଇଣ୍ଡସ୍‌, ଆର୍ମି ୱିଭସ, ଦ ଓଏ, ହଲିଉଡ ଗର୍ଲ ଏବଂ ୱେଷ୍ଟୱଲର୍‌ଡ ଭଳି ପ୍ରୋଜେକ୍ଟରେ ଅଭିନୟ କରିଥିଲେ।

Share