ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ

ଷ୍ଟକହୋମ,୮।୧୦-ଚଳିତ ବର୍ଷ ଆମେରିକାର କବୟତ୍ରୀ ଲୁଇସ ଗ୍ଲୁକ ନୋବେଲ ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ନୋବେଲ ପ୍ରଦାନ କରାଯିବ। ଏ ନେଇ ଗୁରୁବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଲୁଇସଙ୍କ ନାମ ଘୋଷଣା କରାଯାଇଛି। ସୁଲଳିତ କବିତା ରଚନା କରି ଆମେରିକୀୟ ସାହିତ୍ୟ ଦୁନିଆରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଲୁଇସ ଗ୍ଲୁକ।

Share