ରାଜି ହେଲେ ବାଇଡେନ-ପୁଟିନ

ୱାଶିଂଟନ,୨୧ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏଡାଇବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଇତିମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଅଲ ମୌକ୍ରୋଙ୍କର ବିଶେଷ ଭୂମିକା ରହିଛି । ଫ୍ରାନ୍ସର ରାଷ୍ଟ୍ରପତି ଭବନ ଏଲସି ପ୍ୟାଲେସ ପକ୍ଷରୁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପରସ୍ପର ସହ କଥା ହେବାକୁ ରାଜି ହୋଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ଶିଖରବାର୍ତ୍ତା ପ୍ରସ୍ତାବରେ ଏମାନେ ରାଜି ହୋଇଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ତାଙ୍କ ପ୍ରସ୍ତାବରେ ୟୁରୋପରେ ସୁରକ୍ଷା ଓ ରାଣନୀତିକ ସ୍ଥିରତା ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତାବ ରଖିଥିଲେ । ଏଥିରେ ସର୍ତ୍ତ ରହିଥିଲା କି ଯେତେବେଳେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ ନ କରିବ ସେତେବେଳେ ଏହି କଥାବାର୍ତ୍ତା ସମ୍ଭବ ହେବ ।

Share