Posted inଜାତୀୟ

ମୋଦିଙ୍କୁ ପ୍ରଶ୍ନ କରିବା ପାଇଁ ଆମେରିକୀୟ ଖବରଦାତାଙ୍କୁ ସୁଯୋଗ ନାହିଁ

ନୂଆଦିଲ୍ଲୀ,୯ା୯: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କେତେଜଣ ଖବରଦାତା ଭାରତ ଆସିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟଙ୍କୁ ପ୍ରଶ୍ନ କରିବା ସୁଯୋଗ ସେମାନଙ୍କୁ ଦିଆଯାଇ ନ ଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।
ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜାକ୍‌ ସୁଲିଭାନ୍‌ କହିଛନ୍ତି, ଜି୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକର ପ୍ରୋଟୋକଲ ସେ ନିଜେ ସ୍ଥିର କରିଛନ୍ତି। ତେଣୁ ସାମ୍ବାଦିକମାନେ ଅଧିକ ପ୍ରଶ୍ନ କରିପାରିବେ ନାହିଁ।
ଭାରତରେ ନିରପେକ୍ଷ ରିପୋର୍ଟିଂକୁ ନେଇ ଗଣମାଧ୍ୟମ ଉପରେ କଟକଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହୋଇଥିବା ମୋଦି କ୍ଷମତାକୁ ଆସିବା ପରଠୁ ପ୍ରାୟ କୌଣସି ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଉଚିତ ମଣିନାହାନ୍ତି। ଗତ ଜୁନ୍‌ରେ ମୋଦି ଆମେରିକା ଗସ୍ତ ବେଳେ ଉଭୟ ପକ୍ଷରୁ ବିସ୍ତୃତ ଆଲୋଚନା ପରେ ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ଏବଂ ଖବରଦାତା ସମ୍ମିଳନୀରେ ଯୋଗଦେବା ପାଇଁ ରାଜି ହୋଇଥିଲେ। ସେତେବେଳେ ପ୍ରେସ୍‌ କନ୍‌ଫରେନ୍ସ ଆୟୋଜନ ଲାଗି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଜୋର୍‌ ଦିଆଯିବାରୁ ଭାରତୀୟ ଅଧିକାରୀମାନେ ଏଥିରେ ବାଧା ଦେଇଥିଲେ। ଫଳରେ ମୋଦିଙ୍କ ଶାସନ କାଳରେ ଗଣମାଧ୍ୟମର ସ୍ବାଧୀନତା ଓ ମାନବୀୟ ପ୍ରସଙ୍ଗଗୁଡ଼ିକ ଉପରେ ମୋଦିଙ୍କୁ ସମାଲୋଚନା କରିବା ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ସମ୍ପର୍କରେ ବାଇଡେନ୍‌ ପ୍ରଶାସନ ତତ୍କାଳ ଇଙ୍ଗିତ କରିଥିଲା। ମୋଦିଙ୍କ ଏହି ଗସ୍ତ ସମୟରେ କଂଗ୍ରେସକୁ ଦେଇଥିବା ଉଦ୍‌ବୋଧନକୁ ୬ ଡେମୋକ୍ରାଟିକ୍‌ ଆଇନପ୍ରଣେତା ବର୍ଜନ କରିଥିଲେ। ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ବ୍ୟବହାରକୁ ନେଇ କ୍ଷୁବ୍ଧ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ପ୍ରତିନିଧି ରାଶିଦା ତଲାଇବ୍‌, ଇହାନ୍‌ ଓମାର ଏବଂ ଆଲେକ୍‌ଜାଣ୍ଡ୍ରଆ ଓକାସିଓ-କୋର୍‌ଟେଜ୍‌ ଏହି ବର୍ଜନରେ ସାମିଲ ହୋଇଥିଲେ। କିନ୍ତୁ ବାଇଡେନ୍‌ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ଭବ୍ୟ ସ୍ବାଗତ କରି ଏକ ଆନୁଷ୍ଠାନିକ ନୈଶଭୋଜିର ଆୟୋଜନ କରିଥିଲେ।
ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କେରିନ୍‌ ଜିନ୍‌-ପିଏରେ ଗୁରୁବାର ଖବରଦାତାମାନଙ୍କୁ କହିଛନ୍ତି, ବାଇଡେନ୍‌ଙ୍କ ଭାରତ ଗସ୍ତ ବେଳେ ଗଣମାଧ୍ୟମକୁ ଅଧିକ ସୁଯୋଗ ଦେବା ପାଇଁ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଉଛି। ସୁଲିଭାନ୍‌ଙ୍କ ସମେତ ହ୍ବାଇଟ୍‌ ହାଉସ୍‌ ଯୋଗାଯୋଗ ନିର୍ଦ୍ଦେଶକ ବେନ୍‌ ଲାବୋଲ୍ଟ, ଡେପୁଟି ଏନ୍‌ଏସ୍‌ଏ ଜନ୍‌ ଫିନର, ରାଷ୍ଟ୍ରପତିଙ୍କ ଡେପୁଟି ଆସିଷ୍ଟାଣ୍ଟ ତଥା ଇଣ୍ଡୋ-ପାସିଫିକ୍‌ କୋ-ଅର୍ଡିନେଟର କୁର୍ଟ କାମ୍ପବେଲ୍‌ଙ୍କ ଭଳି ଆଉ କେତେଜଣ ଅଧିକାରୀ ପ୍ରେସ୍‌କୁ ଅଧିକ ପ୍ରବେଶ ଅଧିକାର ନିମନ୍ତେ ଯୁକ୍ତି ବାଢ଼ିବା ପାଇଁ ସେମାନଙ୍କ ଭାରତୀୟ ପ୍ରତିପକ୍ଷମାନଙ୍କ ସହ ଯୋଗାଯୋଗ କରିଥିଲେ ହେଁ ତାହା ସମ୍ଭବ ହୋଇପାରି ନ ଥିଲା। ସମ୍ମିଳନୀ ଶେଷରେ ବାଇଡେନ୍‌ ନୂଆଦିଲ୍ଲୀ ପରିବର୍ତ୍ତେ ଭିଏଟ୍‌ନାମରେ ଖବରଦାତା ସମ୍ମିଳନୀ କରିବେ, ଯେଉଁଠି ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ତାଙ୍କୁ ସହଜ ହେବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି।...

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ...

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ...

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri